fbpx
BJD SKY
BJD SKY

ସାବଧାନ୍: ସେପ୍ଟେମ୍ବର ୧ ରୁ ବଦଳିଯିବ PF ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ନିୟମ, ପୂର୍ବରୁ କରିନିଅନ୍ତି ଏହି କାମ

BJD

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫଓ ନିଜ ଆକାଉଣ୍ଟଧାରୀଙ୍କ ପାଇଁ ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି । ଇପିଏଫଓର ନୂଆ ନିୟମ ଅନୁସାରେ, ସମସ୍ତ ଆକାଉଣ୍ଟଧାରୀଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟକୁ ଆଧାର କାର୍ଡ ସହ ଲିଙ୍କ କରିବା ବାଧ୍ୟତାମୂଳକ ହୋଇଛି । ପିଏଫ ସହ ଜଡିତ ଏହି ନୂଆ ନିୟମ ୧ ସେପ୍ଟେମ୍ବର ୨୦୨୧ରୁ ଲାଗୁ ହେବ । ତେବେ ପୂର୍ବରୁ ଏହି ନିୟମ ଜୁନ୍ ୧ରୁ ଲାଗୁ ହେବାର ଥିଲା, କିନ୍ତୁ ଏବେ ଏହାର ସମୟସୀମା ବୃଦ୍ଧି କରାଯାଇଛି । ଅର୍ଥାତ୍ ଏବେ ଆକାଉଣ୍ଟଧାରୀଙ୍କୁ ୩୧ ଅଗଷ୍ଟ ସୁଦ୍ଧା ନିଜ ପିଏଫକୁ ଆଧାର କାର୍ଡ ସହ ଲିଙ୍କ କରିବାକୁ ପଡିବ ।

ନୂତନ ନିୟମ ଅନୁସାରେ, ଯଦି ଜଣେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ଆଧାର କାର୍ଡ ସହିତ ଲିଙ୍କ ନହୁଏ, ତେବେ ପିଏଫ ଆକାଉଣ୍ଟକୁ ଆସୁଥିବା ନିଯୁକ୍ତିଦାତାର ଅବଦାନ ବନ୍ଦ ହୋଇପାରିବ । ନୂଆ ନିୟମ ଅନୁସାରେ, ସମସ୍ତ ପିଏଫ୍ ଆକାଉଣ୍ଟଧାରୀଙ୍କୁ ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର ୟୁଏଏନ ସହିତ ଯାଞ୍ଚ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ କିଛି କରିବାକୁ ପଡିବ ନାହିଁ, କେବଳ ଇପିଏଫଓର ଅଫିସିଆଲ ୱେବସାଇଟକୁ ଯାଇ ଆଧାର କାର୍ଡ ସହ ଆକାଉଣ୍ଟ ଲିଙ୍କ କରିବାକୁ ପଡ଼ିବ ଓ ୟୁଏଏନକୁ ଆଧାର ସହ ଯାଞ୍ଚ କରନ୍ତୁ । ଯଦି ଆପଣ ଏହା କରିବାକୁ ଭୁଲିଯାଆନ୍ତି ତେବେ ଭବିଷ୍ୟତରେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ତେବେ ଆସନ୍ତୁ ଜାଣିବା ପିଏଫ୍ ଆକାଉଣ୍ଟକୁ ଆଧାର କାର୍ଡ ସହ କିପରି ଲିଙ୍କ କରିବେ…

– ସର୍ବପ୍ରଥମେ ଆପଣଙ୍କୁ ଇପିଏଫଓ ପୋର୍ଟାଲ୍ http://epfindia.gov.inକୁ ଯିବାକୁ ପଡିବ ।

– ବର୍ତ୍ତମାନ ଅନଲାଇନ୍ ସେବା ବିକଳ୍ପରେ ଥିବା ଇ- କେୱାଇସି ପୋର୍ଟାଲକୁ ଯାଆନ୍ତୁ ଏବଂ ୟୁଏଏନ ଆଧାର ଲିଙ୍କରେ କ୍ଲିକ୍ କରନ୍ତୁ ।

– ଏହା ପରେ ଆପଣଙ୍କୁ ୟୁଏଏନ ନମ୍ବର ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବର ଦେବାକୁ କରିବାକୁ ପଡିବ ।

– ବର୍ତ୍ତମାନ ଆପଣ ଇପିଏଫଓର ପଞ୍ଜୀକୃତ ନମ୍ବରରେ ଓଟିପି ମିଳିଯିବ ।

– ଯାହା ପରେ ଆପଣଙ୍କୁ ଓଟିପି ଏବଂ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏଣ୍ଟର କରିବାକୁ ପଡିବ ।

– ସବମିଟ୍ ବଟନ୍ ଉପରେ କ୍ଲିକ୍ କର ଏବଂ କାର୍ଯ୍ୟ ସଂପୂର୍ଣ୍ଣ କରନ୍ତୁ ।

– ଏହା ସହ ଓଟିପି ଯାଞ୍ଚ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

– ଆଧାର ଯାଞ୍ଚ ପାଇଁ ଆଧାର ସହ ଲିଙ୍କ୍ ହୋଇଥିବା ମେଲ୍ ପାଇଁ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପ୍ରାପ୍ତ ଓଟିପି ଏଣ୍ଟର କରନ୍ତୁ ।

– ଏହି ସହ ଇପିଏଫଓ ଆପଣଙ୍କ ଆଧାର-ଇପିଏଫ ଲିଙ୍କ ପାଇଁ ଆପଣଙ୍କୁ କମ୍ପାନୀ ଯୋଗାଯୋଗ କରିବ ।

– ଯଦି କମ୍ପାନୀ ଆପଣଙ୍କର ଆଧାର ସିଡିଙ୍ଗକୁ ଇପିଏଫ ଆକାଉଣ୍ଟ୍ ସହିତ ପ୍ରାମାଣିତ କରିବ, ତେବେ ଇପିଏଫ୍ ଆକାଉଣ୍ଟ୍ ଆଧାର ସହିତ ଲିଙ୍କ୍ ହେବ ।

Get real time updates directly on you device, subscribe now.