fbpx

ଏହି ରାଜ୍ୟରେ ଦୈନିକ ଚିହ୍ନଟ ହେଉଛି ୩୦ ହଜାର କୋଭିଡ୍ ମାମଲା, ଆକ୍ଟିଭ୍ କେସ୍ ୨ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କା ମଧ୍ୟରେ ପୁଣିଥରେ ନୁତନ କେସ୍ ବଢ଼ିବାରେ ଲାଗିଛି । ଏହା ଭିତର କେରଳରୁ ଚିହ୍ନଟ ହେଉଥିବା କୋଭିଡ୍ ମାମଲା ଏବେ ଚିନ୍ତାର କାରଣ ପାଲଟିଛି । କାରଣ ଗତ ଦୁଇ ଦିନ ହେଲା ଳଗାତର ଭାବରେ ୩୦ ହଜାରରୁ ଅଧିକ ମାମଲା ଚିହ୍ନଟ ହେଉଛି । ଏହାସହିତ ଆକ୍ଟିଭ୍ କେସ୍ ବୃଦ୍ଧି ପାଇ ୨ ଲକ୍ଷ ହୋଇଯାଇଛି ।

କେରଳରେ ସର୍ବାଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ରିପୋର୍ଟ କରାଯାଉଛି। ଗୁରୁବାର (ଅଗଷ୍ଟ ୨୬) ସନ୍ଧ୍ୟାରେ କେରଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦ ହଜାର ୭ ଟି ନୂଆ ମାମଲା ଚିହ୍ନଟ ହୋଇଥିଲା । ଯାହା ମୋଟ ମାମଲାର ୬୭ ପ୍ରତିଶତ । ଏହାପୂର୍ବରୁ ବୁଧବାର ଦିନ ରାଜ୍ୟରେ ୩୧ ହଜାର ୪୪୫ ମାମଲା ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର ଦିନ ୨୪ ହଜାର ୨୯୬ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୪, ୫୫୮ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ଦେଶରେ ମୋଟ ମାମଲା ୩ କୋଟି ୨୬ ଲକ୍ଷ ୨ ହଜାର ୩୨୫ ରେ ପହଞ୍ଚିଛି । ସେହିପରି ମହାମାରୀରେ ୪ ଲକ୍ଷ ୩୬ ହଜାର ୮୮୯ ସଂକ୍ରମିତ ପ୍ରାଣ ହରାଇଛନ୍ତି।

Get real time updates directly on you device, subscribe now.