fbpx

କରାଚୀର ଏକ କେମିକାଲ୍‌ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୧୫ରୁ ଊଦ୍ଧ୍ୱର୍ ଜୀବନ୍ତ ଦଗ୍ଧ, ମୃତକଙ୍କ ସଂଖ୍ୟା ଆହୁରୀ ବଢ଼ିପାରେ

କରାଚୀ,: ପାକିସ୍ତାନର ବାଣିଜ୍ୟିକ ରାଜଧାନୀ କୁହାଯାଉଥିବା କରାଚୀର ମେହରାନ୍‌ ସହରରେ ଥିବା ଏକ କେମିକାଲ୍‌ ଫ୍ୟାକ୍ଟ୍ରିରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଅତିକମ୍‌ରେ ୧୫ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଫାୟାର ବ୍ରିଗେଡ୍‌ ଟିମ୍‌ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିବାକୁ ଉଦ୍ୟମ କରିବା ସହ ମୃତଦେହଗୁଡ଼ିକୁ ବାହାର କରିଛନ୍ତି । ଏହି ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି ।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଶୁକ୍ରବାର ସକାଳେ ୧୦ଟା ସମୟରେ ନିଆଁ ଲାଗିଥିଲା । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବାରୁ ଏତେ ଜଣଙ୍କ ମୃତ୍ୟୁ ଘଟିଲା । ଉଦ୍ଧାରକାର୍ଯ୍ୟରେ ଲାଗିଥିବା କର୍ମଚାରୀଙ୍କୁ ଧୂଆଁ ପାଇଁ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥିଲା । ଶବଗୁଡିକୁ ବାହାର କରି ଜିନ୍ନା ହସ୍ପିଟାଲ ପଠାଇ ଦିଆଯାଇଛି । କିଛି ଶବର ପରିଚୟ ମିଳିଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ସାମିଲ ଅଛନ୍ତି । ଉଦ୍ଧାର ସମୟରେ ୨ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି ଯେ, ଅନେକ ଉତ୍ପାଦ ପ୍ରସ୍ତୁତ ପାଇଁ ଏଠାରେ କେମିକାଲ୍‌ ବ୍ୟବହାର କରାଯାଏ । କୌଣସି ଏକ କେମିକାଲ ଡ୍ରମରେ ନିଆଁ ଲାଗି ପୁରା କାରଖାନାରେ ବ୍ୟାପୀ ଯାଇଥିଲା । କାରଖାନାରେ ବାହାରିବାକୁ ଛାତ ଉପର ଲକ୍‌ ହୋଇଯାଇଥିବାରୁ ମାତ୍ର ଗୋଟିଏ ହିଁ ରାସ୍ତା ଥିଲା । ସେଥି ।ଇଁ ଭିତରେ କାମ କରୁଥିବା କର୍ମଚାରୀ ଓ ଶ୍ରମିକ ବାହାରି ନପାରି ମୃତ୍ୟୁବରଣ କରିଛନ୍ତି ।

Get real time updates directly on you device, subscribe now.