fbpx

ଜାଭେଲିନରେ ଆଉ ୨ ପଦକ ହାତେଇଲା ଭାରତ

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ୨ ପଦକ । ଜାଭେଲିନ ଥ୍ରୋରେ ଆଉ ୨ ପଦକ ହାତେଇଛି ଭାରତ । ଏଥିରେ ଦେବେନ୍ଦ୍ର ଝାଝାରିଆ ଜିତିଛନ୍ତି ରୌପ୍ୟ ପଦକ । ସେହିପରି ସୁନ୍ଦର ସିଂହ ଜିତିଛନ୍ତି ବ୍ରୋଞ୍ଚ ପଦକ । ଏହି କ୍ରମରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ଆଜି ସକାଳୁ ସକାଳୁ ଭାରତକୁ ମୋଟ ୪ଟି ପଦକ ମିଳିଛି । ଟୋକିଓ ପାରା ଅଲିମ୍ପିକ୍ସରେ ପୁରୁଷ ଡିସକସ୍ ଥ୍ରୋ’ରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ । F56 କାଟାଗୋରୀରରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଯୋଗେଶ ମୋଟ୍ ୪୪.୩୮ମିଟର ଥ୍ରୋ କରିଥିଲେ । ସେହିପରି ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ ଲେଖରା । ମହିଳା ୧୦ ମିଟର ଏୟାର ପିସ୍ତଲ ରାଇଫଲରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର କ୍ଲାସ ଏସଏଚ୧ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

Get real time updates directly on you device, subscribe now.