fbpx

ରାଜ୍ୟରେ ଆଉ ୬୭ ମୃତ୍ୟୁର ହିସାବ ଦେଲେ ସରକାର

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭,୯୦୧ କୁ ବୃଦ୍ଧି ପାଇଛି ।

ତେବେ ଆଜି କଟକ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନୁଗୁଳ ଓ ଜଗତସିଂହପୁରରୁ ୯ ଜଣ ଲେଖାଏଁ, ଖୋର୍ଦ୍ଧାରୁ ୬, ଯାଜପୁର ଜିଲ୍ଲାରୁ ୪, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ ଓ ପୁରୀରୁ ୨ ଜଣ ଲେଖାଏଁ , କଳାହାଣ୍ଡି ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.