ଭାବରେ ମୀରା, ହୃଦୟେ କୃଷ୍ଣ ଆଉ ଅଧରରେ ରାଧା ଓଡ଼ିଆ ଝିଅ ପ୍ରିୟଙ୍କା

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଶ୍ରୀକୃଷ୍ଣଙ୍କ ଜନ୍ମଦିନରେ ନିଜର ଅନନ୍ୟ କଳାକୃତି ଜରିଆରେ ରାଧା, ମୀରା ଏବଂ କୃଷ୍ଣଙ୍କୁ ଜୀବନ୍ତ କରିଛନ୍ତି ଓଡ଼ିଆ ଝିଅ ପ୍ରିୟଙ୍କା ସାହାଣୀ । ଭଗବାନ କୃଷ୍ଣଙ୍କ ଜନ୍ମଦିନ ପୂର୍ବରୁ ଏପରି ସୁନ୍ଦର କଳାକୃତି ଜରିଆରେ ମୀରାବାଇ ଓ ରାଧାଙ୍କୁ ମନେ ପକାଇଛନ୍ତି ୨୬ ବର୍ଷୀୟା ଓଡ଼ିଆ କଳାକାର ପ୍ରିୟଙ୍କା ସାହାଣୀ ।

ନିଜ ମୁଖର ଉପର ଭାଗକୁ କ୍ରିଷ୍ଣା ବେଶରେ ସଜାଇଥିବା ବେଳେ ମୁଖର ନିମ୍ନଭାଗକୁ ରାଧାଙ୍କ ପରି ସଜାଇଥିଲେ । ଏହା ସହିତ ପେପରରୁ ନିର୍ମିତ ଏକ ବଂଶୀ ସହାୟତାରେ ସମସ୍ତଙ୍କୁ ରାଧାକୃଷ୍ଣ ପ୍ରେମ ସହିତ ନିଜ କଳାକୃତି ଦେଖାଇଥିଲେ ପ୍ରିୟଙ୍କା । ହିନ୍ଦୁ ମାନଙ୍କର ଏହି ପ୍ରସିଦ୍ଧ ପର୍ବ ଜନ୍ମାଷ୍ଟମୀ ବା ଗୋକୁଳଷ୍ଟମୀ ଭାବରେ ପ୍ରସିଦ୍ଧ । ଅଗଷ୍ଟ ୩୦ର ୧୧.୫୯ରୁ ଅଗଷ୍ଟ ୩୧ତାରିଖର ୧୨.୪୪ ମଧ୍ୟରେ ଏହି ପର୍ବ ପାଳନ କରାଯିବ ।