fbpx

ସ୍କୁଲ ଖୋଲିବା ମାତ୍ରେ ଭୟଙ୍କର ହେଲା କରୋନା, ୨୪ ଘଣ୍ଟାରେ ବଢ଼ିଗଲା ୧୧ ହଜାର ନୂଆ ମାମଲା

ନୂଆଦିଲ୍ଲୀ: ଅନେକ ପ୍ରୟାସ ପରେ ବି କରୋନା ମହାମାରୀ ଥମିବାର ନାଁ ନେଉନାହିଁ । ଭାରତରେ ଗୋଟିଏ ଦିନରେ ୪୧,୯୬୫ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହି କ୍ରମରେ କରୋନାର ମୋଟ ସଂକ୍ରମଣ ସଂଖ୍ୟା ୩,୨୮, ୧୦,୮୪୫କୁ ବୃଦ୍ଧି ପାଇଛି । କେବଳ କେରଳରୁ ୩୦,୨୦୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହା ସହ ୨୪ ଘଣ୍ଟାରେ ୪୬୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ କରୋନାଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୯ ହଜାର ୦୨୦କୁ ବୃଦ୍ଧି ପାଇଛି । ଏବେ ୩,୭୮,୧୮୧ ଜଣ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ୩, ୧୯,୯୩,୬୪୪ ଜଣ ସୁସ୍ଥ ହୋଇଛନ୍ତି । କେରଳ ସମେତ ମହାରାଷ୍ଟ୍ରରେ ବି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ।

ତେବେ କରୋନା ଯୋଗୁଁ ଦେଶରେ ଦୀର୍ଘ ସମୟ ଧରି ବନ୍ଦ ରହିଥିବା ସ୍କୁଲ, କଲେଜ ଧିରେ ଧିରେ ଖୋଲିବାରେ ଲାଗିଛି । ଆଜିଠାରୁ ଉତ୍ତରପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ କର୍ଣ୍ଣାଟକରେ କରୋନା ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲାଯାଇଛି । ସ୍କୁଲ ଖୋଲିବା ମାତ୍ରେ କରୋନା ସଂକ୍ରମଣ ପୁଣି ବଢ଼ିଯିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.