fbpx

ପୂର୍ବତନ ରାଜ୍ୟସଭା ସଦସ୍ୟ ଓ ସାମ୍ବାଦିକ ଚନ୍ଦନ ମିତ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ଦ ପାୟୋନିୟର ଏଡିଟର ରହିଥିବା ଚନ୍ଦ ମିତ୍ରଙ୍କ ପରଲୋକ ଘଟିଛି । ପାୟୋନିୟରର ସମ୍ପାଦକ ଏବଂ ପରିଚାଳନା ନିର୍ଦ୍ଦେଶକ ରହିଥିବା ମିତ୍ରଙ୍କ ୬୬ ବର୍ଷ ବୟସରେ ପରଲୋକ ଘଟିଛି । ୧୨ ଡିସେମ୍ବର ୧୯୫୪ରେ କୋଲକାତାର ହାଓଡାରେ ଜନ୍ମ ଗ୍ରହଣ କରିଥିଲେ । ଅକ୍ସଫୋର୍ଡ ୟୁନିଭର୍ସିଟିରୁ ନିଜ ଡିଫିଲ୍ ସମାପ୍ତ କରିଥିବା ମିତ୍ର ଭାରତୀୟ ଜନତା ପାର୍ଟି ପକ୍ଷରୁ ସାଂସଦ ରହିଥିଲେ ।

୨୦୦୩ରୁ ୨୦୦୯ ଯାଏଁ ରାଜ୍ୟସଭାର ମନୋନୀତ ସଦସ୍ୟ ରହିଥିବା ମିତ୍ର ୨୦୧୦ରେ ବିଜେପିରେ ଯୋଗ ଦିଅନ୍ତି । ଏହାପରେ ୨୦୧୦ରୁ ୨୦୧୬ ଯାଏଁ ମଧ୍ୟପ୍ରଦେରୁ ରାଜ୍ୟସଭାକୁ ଯାଆନ୍ତି । ୨୦୧୮ରେ ସେ ବିଜେପି ପରିତ୍ୟାଗ କରି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.