fbpx

ରାଗରେ ଆସି ବିଷଧର ସାପକୁ କଞ୍ଚା ଚୋବାଇଲେ ଏହି ବ୍ୟକ୍ତି, କାରଣ ପଚାରିବାରୁ କହିଲେ…

ନୂଆଦିଲ୍ଲୀ: ସାପକୁ ଦେଖିବାକୁ ମାତ୍ରେ ଲୋକମାନଙ୍କ ଡରରେ ନିଶ୍ୱାସ ବନ୍ଦ ହୋଇଯାଏ । ସେଥିରେ ପୁଣି ଆପଣ କୋବ୍ରା ସାପ ହାବୁଡ଼ରେ ପଡ଼ନ୍ତି ତେବେ ଆପଣ ଏକଦବ୍ ଘାବରାଇ ଯାଆନ୍ତି । ହେଲେ କୋରବା ଜିଲ୍ଲାର ଜଣେ ବ୍ୟକ୍ତି କୋବ୍ରା ସାପକୁ ହିଁ ନିଜ ଖାଇବା ବନେଇ ଦେଲା । ଦାନ୍ତରେ ସାପକୁ ଦୁଇଟି ଭାଗ କରି ତାକୁ ଖାଇଗଲା । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

କୋତବାଲୀ ଥାନା ଅଞ୍ଚଳରେ ରହୁଥିବା ସୁନ୍ଦର ଆନନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ସାପ ବାହାରିଥିଲା । ଏହି ସାପକୁ ଘରର ଜଣେ ସଦସ୍ୟ ମାରି ତାକୁ ଜଳାଇ ଦେଇଥିଲା । ଆଉ ତାକୁ ଫଙ୍ଗି ଦେଇଥିଲା । ରାତିରେ ବସ୍ତିରେ ରହୁଥିବା ଦୁଇ ଜଣ ଯୁବକ ରାଜୁ ଜାଙ୍ଗଡ଼ା ଓ ହିତେନ୍ଦ୍ର ଆନନ୍ଦ ମଦ ନିଶାରେ ଘରେ ପହଞ୍ଚିଥିଲେ । ଦୁହେଁ ମରିଯାଇଥିବା ସାପକୁ ଦେଖିଥିଲେ ।

ଆଉ ତାକୁ ହିଁ ସେମାନେ ନିଜ ଖାଦ୍ୟ ବନାଇଦେଲେ । ଏହାପରେ ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥାରେ ବିଗିଡ଼ି ଯାଇଥିଲା । ସ୍ଥାନୀୟ କିଛି ଲୋକ ସେମାନଙ୍କ ପାଖ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ କହିଥିଲା ଯେ, ଗାଁରେ ସାପ ଯୋଗୁଁ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଉ ମଦ ନିଶାରେ ସାପ କୁ ଦେଖି ଖୁବ୍ ଜୋରରେ ରାଗ ଲାଗିଲା । ତେଣୁ ତାକୁ ଖାଇଗଲେ ବୋଲି କହିଥିଲେ । କିନ୍ତୁ ସାପଟି ପ୍ରଥମରୁ ହିଁ ମରିଥିଲା ।

Get real time updates directly on you device, subscribe now.