fbpx

୧୩ ତାରିଖରେ କଟକ ବନ୍ଦ; ଡାକରା ଦେଲା ନଗର ବିଜେପି

କଟକ(ଓଡ଼ିଶା ଭାସ୍କର): ଆସନ୍ତା ୧୩ ତାରିଖରେ କଟକ ବନ୍ଦ ଡାକରା ଦେଇଛି ବିଜେପି । ପାର୍ବଣ ପାଇଁ ରାଜ୍ୟ ସରକାରଙ୍କ କଟକଣାକୁ ବିରୋଧ କରି କଟକ ନଗର ବିଜେପି ପକ୍ଷରୁ ଏହି ଡାକରା ଦିଆଯାଇଛି । ପାର୍ବଣ କଟକଣାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।
କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଏହି ସୂଚନା ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ମୂର୍ତ୍ତି ଉଚ୍ଚତା ୪ ଫୁଟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ଅନୁମତି ପ୍ରଦାନ କରାଯାଇନାହିଁ । ଏହି ସବୁ ନିୟମକୁ ବିରୋଧ କରି କଟକ ବନ୍ଦ ଡାକରା ଦେଇଛି ବିଜେପି ।

Get real time updates directly on you device, subscribe now.