fbpx

୯ରେ ବ୍ରିକ୍ସ ସମ୍ମିଳନୀ , ୧୩ ତମ ବ୍ରିକ୍ସ ବୈଠକକୁ ଭର୍ଚୁଆଲରେ ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଯାଉଛି ବ୍ରିକ୍ସ ଦେଶମାନଙ୍କ ଶିଖର ସମ୍ମିଳନୀ । ଏଥର ୧୩ ତମ ବ୍ରିକ୍ସ ବୈଠକକୁ ଭର୍ଚୁଆଲରେ ଅଧ୍ୟକ୍ଷତା କରିବ ଭାରତ । ଏହି ବୈଠକରେ ଭାରତ ସମେତ ଚୀନ, ଋଷ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ସାମିଲ ହେବେ । ଚଳିତ ଥର ଆଫଗାନିସ୍ତାନ ସଙ୍କଟ ବ୍ରିକ୍ସ ସମ୍ମିଳନୀର ଫୋକସରେ ରହିପାରେ । କାରଣ ତାଲିବାନୀମାନେ ଆଫଗାନିସ୍ତାନକୁ କବଜା କରିବା ପରେ ରକ୍ତପାତ ସହ ଅସ୍ଥିରତା ଉପୁଜିଛି, ଯାହା ପଡୋଶୀ ଦେଶଗୁଡିକ ପ୍ରତି ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସମ୍ମିଳନୀକୁ ନେଇ ଅଧ୍ୟକ୍ଷତା କରିବ ଭାରତ ଚୀନ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ୱେନିବନ ବ୍ରିକ୍ସ ବୈଠକରେ ଆଫଗାନିସ୍ତାନ ଉପରେ ଚର୍ଚ୍ଚା ବିଷୟ ଉପରେ ଆଲୋଚନା କରି କହିଥିଲେ, ବ୍ରିକ୍ସ ହେଉଛି ବିକାଶଶୀଳ ଦେଶଗୁଡିକ ମଧ୍ୟରେ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ । ଅନ୍ତରାଷ୍ଟ୍ରୀୟ ମାମଲାରେ ଏହା ଏକ ସକାରାତ୍ମକ ଶକ୍ତି । ସେହିପରି ଗତବର୍ଷ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଯୋଗୁଁ ରକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ଚୀନ୍‌ ସୀମା ଅନେକ ଥର ସୀମା ନିୟମ ଉଲ୍ଲଂଘନ କରିଥିଲା । ତେବେ ଏହି ଉତ୍ତେଜନାକୁ ଦୂର କରିବା ପାଇଁ ଏପର୍ଯ୍ୟନ୍ତ ଅନେକ ବୈଠକ ଅନୁଷ୍ଠିତ ହୋଇସାରିଛି । ବ୍ରିକ୍ସ ବୈଠକରେ ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦ ଉପରେ ଆଲୋଚନା କରାଯାଇପାରେ ବୋଲି ବିଶ୍ୱାସ କରାଯାଉଛି ।

Get real time updates directly on you device, subscribe now.