fbpx

କୋଭିଡ୍‌ ଟିକା ନେବା ସତ୍ୱେ ହେଉଛି ସଂକ୍ରମଣ : ବିଶେଷଜ୍ଞ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କୋଭିଡ୍‌ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତିଷେଧକ ଟିକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶିକାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ବିଶେଷ କରି ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହୁଛି ସେମାନଙ୍କୁ ଏହି ସଂକ୍ରମଣ ହେଉଛି ବୋଲି ସମ୍‌ ଅଲ୍ଟିମେଟ ମେଡିକେୟାର (ସମ୍)ର କ୍ରିଟିକାଲ କେୟାର ମେଡିସିନ ବିଭାଗ ମୁଖ୍ୟ ପ୍ରଫେସର ବାନାମ୍ବର ରାୟ କହିଛନ୍ତି । ଏହିରି ଟିକା ନେବା ପରେ ସଂକ୍ରମିତ ହେଉଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଭଲ ହେବା ନିମନ୍ତେ ଅଧିକ ସମୟ ଲାଗୁଛି ବୋଲି ପ୍ରଫେସର ରାୟ ବୁଧବାର ପ୍ରକାଶ କରିଛନ୍ତି । ଦୁଇଟି ଟିକା ନେଇଥିବା ସତ୍ୱେ ଅନେକ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ମଧ୍ୟ ହୋଇପଡ଼ୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀ ହସ୍ପିଟାଲ୍‌ କର୍ତୃକ୍ଷ ସୂଚନା ଦେଇଛନ୍ତି ।

ସମ୍‌ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍‌ କେୟାର ମେଡିସିନ୍‌ ବିଭାଗ ଅଧିନରେ ଏହି ଦୁଇ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ସେମାନଙ୍କୁ ସୁସ୍ଥ କରାଇବାରେ ସମ୍ପୂର୍ଣ୍ଣ ସହଯୋଗ ଓ ପ୍ରଚେଷ୍ଟା କରିଥିବା ହସ୍ପିଟାଲର ସମସ୍ତ ବିଭାଗ, ଡାକ୍ତରୀ ଟିମ୍‌, ନର୍ସିଂ, ନ୍ୟୁଟ୍ରିସନ୍‌, ଫିଜିଓଥେରାପି ବିଭାଗ ଓ ପାରାମେଡିକାଲ୍‌ ଷ୍ଟାଫ୍‌ଙ୍କର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି ସମ୍‌ର ଚିଫ୍‌ ଅଫ ମେଡିକାଲ୍‌ ସର୍ଭିସେସ୍‌ ବ୍ରିଗେଡିୟର୍‌ ଡଃ ବିରାଜ ମୋହନ ମିଶ୍ର । ୭୨ ବର୍ଷୀୟ ପୂର୍ବତନ ବ୍ୟୁରୋକ୍ରାଟ ଗୌତମବୁଦ୍ଧ ମୁଖାର୍ଜୀ କୋଭିଡ୍‌ ସଂକ୍ରମିତ ହେବା ପରେ ସମ୍‌ରେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କର ଅବସ୍ଥା ଗୁରୁତର ଥିଲା । ଦୀର୍ଘ ୧୬ ଦିନ ସେ ଆଇସିୟୁରେ ରହିଥିଲେ । ତାଙ୍କର ଅକ୍ସିଜେନ୍‌ର ସ୍ତର ମଧ୍ୟ ଖୁବ୍‌ କମ୍‌ ରହୁଥିଲା । ତାଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ସମସ୍ୟା ମଧ୍ୟ ରହିଥିଲା । ଦୀର୍ଘ ଦୁଇ ମାସ ଚିକିତ୍ସିତ ହେବା ପରେ ସେ ମଙ୍ଗଳବାର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ବୋଲି ଡା. ରାୟ ସୂଚନା ଦେଇଛନ୍ତି । ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଡା. ରାୟଙ୍କ ସମେତ କାର୍ଡିଓଥୋରାସିକ୍‌ ସର୍ଜନ୍‌ ଡା. ବନବିହାରୀ ମିଶ୍ର, ଜେନେରାଲ୍‌ ସର୍ଜରୀ ବିଭାଗର କନ୍‌ସଲ୍‌ଟାଣ୍ଟ୍‌ ଡା. ସତ୍ୟଜିତ ରଥ, ସିନିୟର୍‌ କ୍ଲିନିକାଲ୍‌ ନ୍ୟୁଟ୍ରିସ୍‌ନିଷ୍ଟ ସୁଶ୍ରୀ ସଂଗୀତା ଜେନା, ଫିଜିଓଥେରାପି ବିଭାଗ ମୁଖ୍ୟ ଡା. ପି. ବାଲାକିଶୋର, ମାଇକ୍ରୋବାୟୋଲୋଜି ଟିମ୍‌ ଏବଂ କ୍ରିଟିକାଲ୍‌ କେୟାର ଟିମ୍‌ର ସମ୍ପୂର୍ଣ୍ଣ ସହଯୋଗ ଥିବା ବ୍ରିଗେଡିୟର ଡା. ମିଶ୍ର କହିଥିଲେ ।

Get real time updates directly on you device, subscribe now.