fbpx

କେନାଲରେ ଖସିଲା ପିସିଆର ଭ୍ୟାନ୍‌, ଗାଡ଼ି ଛାଡି ଖସି ପଳାଇଲେ ପୋଲିସ ବାବୁ: ଟ୍ରାକ୍ଟର ସହାଯ୍ୟରେ ଗାଡିକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ନିମାପଡା (ଭାସ୍କର ନ୍ୟୁଜ): ନିମାପଡା ବ୍ଲକ ବଳଙ୍ଗା ଥାନା ଅଞ୍ଚଳରେ ସତ୍ୟବାଦୀ ଥାନା ପୋଲିସକୁ ହଟହଟା ହେବାକୁ ପଡିଛି । ପୋଲିସ ଗାଡି ନାଳ ଭିତରକୁ ପଶିଯାଇଥିବା ବେଳେ ଜଣେ ଏଏସଆଇ ଗାଡିଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ନିମାପଡା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଉଦ୍ଧାର କରି ବଳଙ୍ଗା ଥାନା ପୋଲିସକୁ ଜିମା ଦେଇଛି ।

ସୂଚନା ଅନୁଯାୟୀ ସତ୍ୟାବଦୀ ଥାନାରେ କାର୍ଯ୍ୟରତ ଏଏସଆି ନିଜସ୍ୱ କାର୍ଯ୍ୟରେ ବଳଙ୍ଗା ଥାନା ଅଂଚଳର ଏକ ମହିଳାଙ୍କ ଘରକୁ ଆସିଥିଲେ । ବିଳମ୍ବିତ ରାତ୍ରରେ ଫେରୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ନାଳ ଭିତରକୁ ପଶିଯାଇଥିଲା । କିଛି ଯୁବକ ଗାଡିକୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ବେଳେ ବିଫଳ ହୋଇଥିଲେ । ଗାଡି ଭିତରେ ମଦର ଗନ୍ଧ ବାହାରୁଥିବା ବେଳେ ମଦ ବୋତଲ ରହିଥିବା ଦେଖିବାକୁ ପାଇଥିଲେ । ପୋଲିସ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ଏପରି ଦୁର୍ଘଟଣାର ଶୀକାର ହୋଇଥିବା ସନ୍ଦେହ କରାଯାଉଛି । ରାତି ୧୨ଟା ସମୟରେ ପୋଲିସ ଗାଡିଟି ପାର୍ବତୀପୁର ନିକଟରେ ଥିବା ଏକ କେନାଲ ଭିତରକୁ ପଶିଯାଇଥିଲା । ଅଗ୍ନିଶମ ବାହିନୀ ଟ୍ରାକ୍ଟର ସହାଯ୍ୟରେ ଗାଡିକୁ ଉଦ୍ଧାର କରିଥିବା ବେଳେ ପୋଲିସ ଜଣକ ସେଠାରୁ ଖସି ପଳାଇଥିଲେ ।

ସୂଚନାଯୋଗ୍ୟ, ପୋଲିସ ବାବୁ ଜଣକ ବଳଙ୍ଗା ଥାନାରେ କାର୍ଯ୍ୟ କରୁଥିବା ସମୟରେ ସେହି ଅଂଚଳର ଜୈନିକ ବ୍ୟକ୍ତିଙ୍କ ସହ ସଂପର୍କ ଗଢି ଉଠିଥିଲା । ପରେ ନିମାପଡା ପିପିଲି ଥାନାକୁ ବଦଳି ହୋଇଯାଇଥିଲେ । ବିଳମ୍ବିତ ରାତ୍ରରେ ପୋଲିସ ଭ୍ୟାନରେ ଜୈନିକ ମହିଳାଙ୍କ ଘରକୁ ଯାତାୟତ କରୁଥିବା ଗ୍ରାମର ଯୁବକମାନଙ୍କ ପକ୍ଷରୁ କୁହାଯାଇଛି । ଏହି ପୋଲିସ ଏଏସଆଇ ବଳଙ୍ଗା ଥାନା ଅଞ୍ଚଳରେ ବିବାହ କରିଥିବା ଶୁଣିବାକୁ ମିଳିଛି ।

Get real time updates directly on you device, subscribe now.