fbpx

ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଧରାବତରଣ, କୋଭିଡ କଟକଣା ଯୋଗୁଁ ନିରାଡମ୍ବରରେ ପାଳନ ହେବ ଗଣେଷ ଚତୁର୍ଥୀ

ଭୁବନେଶ୍ୱର / କଟକ (ଭାସ୍କର ନ୍ୟୁଜ୍‌): ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କୁ ଆବାହନ ପାଇଁ  ସବୁଠି ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ଟ୍ୱିନସିଟିରେ କୋଭିଡ଼ କଟକଣା ମଧ୍ୟରେ ଗଣେଷ ପୂଜା ପାଳିତ ହେବ । ବିନା ଲାଇଟ୍‌ ମାଇକ୍‌ରେ ମଣ୍ଡପରେ ପୂଜା ପାଇବେ ଗଜାନନ । ଯାହାକି ସହରବାସୀଙ୍କ ମନରେ ଏକ ପ୍ରକାର ଫିକା ପକାଇ ଦେଇଛି । ଗଣେଷଙ୍କୁ ଅଗ୍ରପୂଜ୍ୟ କୁହାଯାଏ । କିନ୍ତୁ ମହାମାରୀ କରୋନା ପାଇଁ ଏହି ପୂଜାରେ ଭଟା ପଡିଯାଇଛି, ବିଶେଷ କରି ସହରରେ ଏହି ପୂଜାକୁ ମହାଆଡମ୍ବର ସହକାରେ ପାଳନ କରାଯାଇ ଆସୁଥିଲାବେଳେ ଚଳିତ ବର୍ଷ ପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଇନଥିବା ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତା ମାନଙ୍କ ଠାରୁ ସୂଚନା ମିଳିଛିା

ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ଭାବରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଯାହାକି କୈାଣସି ଘଟଣାକୁ ନେଇ ସାହି ସାହି ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ ବୋଲି ଏହାକୁ ନଜରରେ ରଖି କଟକ ଡିସିି କମିଶନରଟେର ସମସ୍ତ ଥାନା ଅଧିକାରୀ, ଜୋନ୍‌ ଏସିି,ଏବଂ ଅତିରିକ୍ତ ଡିସିି ଆଦି ବରିଷ୍ଠ ଅଫିସରମାନଙ୍କୁ ନେଇ ପୂଜାକୁ ଶାନ୍ତିଶୃଙ୍ଖଳା ସହିତ ନିୟନ୍ତ୍ରଣ କରିବା ପାଇଁ ନିଷ୍ପତି ନିଆଯାଇଛି । ଚଳିତ ବର୍ଷର ପୂଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାନଯାଇଥିଲେ ମଧ୍ୟ ସ୍ଥାନୀୟ ଥାନା ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଭୁବନେଶ୍ୱରରେ ବିଭିନ୍ନ ପୂଜା ମଣ୍ଡପରେ ସୁରକ୍ଷା ବ୍ୟବସ୍ଥାକୁ କମିଶନରେଟ୍‌ ପୋଲିସ ପକ୍ଷରୁ କଡାକଡି କରାଯିବା ସହ ଆଇନ ଶୃଙ୍ଗଳା ଉପରେ ନଜର ରଖାଯାଇଛି । କୋଭିଡ଼ କଟକଣା ମଧ୍ୟରେ ପୂଜା ପାଳନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ସେତଟା ଖୁସି ପରିଲକ୍ଷିତ ହେଉନଥିବା ଜଣାପଡିଛି ।

Get real time updates directly on you device, subscribe now.