fbpx

ଆଜି ଘରେ ଘରେ ବିରାଜିବେ ଗଜାନନ, ଗଣେଶଙ୍କ ମୂର୍ତ୍ତି ନେବା ସମୟରେ ଏହିସବୁ କଥାର ରଖନ୍ତୁ ଧ୍ୟାନ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ପୂରା ଦେଶରେ ଧୁମଧାମ୍ ରେ ପାଳନ ହେଉଛି ଗଣେଶ ଚତୁର୍ଥୀ । ବଡ଼ ସକାଳୁ ହିଁ ବାପ୍ପାଙ୍କ ପୂଜା ରୀତିନୀତି ଆରମ୍ଭ ହୋଇଯାଇଛି । ଶ୍ରୀ ଗଣେଷ ଆଜି ବିରାଜମାନ ହେବାପରେ ୧୦ ଦିନ ଅର୍ଥାତ୍ ୧୯ ତାରିଖରେ ଅନନ୍ତ ଚତୁର୍ଦ୍ଦଶୀରେ ବିଦାୟ ନେବେ । ବିଘ୍ନ ବିନାଶକ ଗଣେଷଙ୍କୁ ଆଜି ପୂଜା କରିବା ଦ୍ୱାରା ସମସ୍ତଙ୍କ ମନସ୍କାମନା ପୂରଣ ହୁଏ । ଏହି ମହାପର୍ବ ଭଳି ଶୁଭ ମୁହୂର୍ତ୍ତରେ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଏ । ବିଦ୍ୟାଳୟ ଆଦିର ଛାତ୍ରଛାତ୍ରୀ ମାନେ ସକାଳୁ ସ୍କୁଲକୁ ଯାଇ ଗଣେଶଙ୍କୁ ଭୋଗରାଗ ଦେଇ ପୂଜା କରିବେ । ତେବେ ଚାଲନ୍ତୁ ଜାଣିବା ଗଣେଷଙ୍କ ସ୍ଥାପନାର ଶୁଭ ସମୟ କଣ ।

ଶୁଭ ମୁହୂର୍ତ୍ତ:

ଗଣେଷ ଚତୁର୍ଥୀ ଦିନ ପୂଜାର ଶୁଭ ମୁହୂର୍ତ୍ତ ହେଉଛି ଅପରାହ୍ନ ୧୨ ଟା ୧୮ ମିନିଟ୍ ରେ ଆରମ୍ଭ ହୋଇ ରାତି ୯ଟା ୫୭ ମିନିଟ୍ ପର୍ଯ୍ୟନ୍ତ । ଏହି ସମୟରେ ଆପଣ ମାନେ ପୂଜା କରିପାରିବେ । ଖାସ୍ କରି ଏବର୍ଷ ଗଣେଶ ଚତୁର୍ଥୀରେ ଭଦ୍ରାଙ୍କ ଛାଇ ରହିବ ନାହିଁ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ଭଗବାନ ଗଶେଷଙ୍କ କୃପାରୁ ସୁଖ-ଶାନ୍ତି ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଗଣେଶ ଚତୁର୍ଥୀ ଦିନ କଳା ଓ ନୀଳ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ୍ ନୁହେଁ । ଏହି ଦିନ ଲାଲ୍ କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ ।

 

Get real time updates directly on you device, subscribe now.