fbpx

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଏହି ରାଜ୍ୟରେ ହେବ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍ ରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏନଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ଏଥିରେ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶରେ ମଧ୍ୟ ବର୍ଷା ହେବ । ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ କାରଣରୁ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ପୂର୍ବାନୁମାନ ଅନୁସାରେ, ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ରାଜଧାନୀରେ ଲଗାତର ଭାବରେ ବର୍ଷା ଜାରି ରହିବ । ତେବେ ଏପରି ଖୁବ୍ କମ୍ ହୁଏ । କାରଣ ଜୁଲାଇ-ଅଗଷ୍ଟ ପରେ ଲଗାତର ଭାବରେ ଏପରି ବର୍ଷା ହୁଏ ନାହିଁ ।

ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ନୂଆ ରେକର୍ଡ ସୃଷ୍ଟି କରିଛି ମୌସୁମୀ । ଆଜି ବି ରାଜଧାନୀରେ ଆଂଶିକ ବର୍ଷା ରେକର୍ଡ କରାଯାଇଛି । ସୂଚନା ଯେ, ଲଗାତର ଭାବରେ ଜାରି ରହିଥିବା ବର୍ଷା କାରଣରୁ ଦିଲ୍ଲୀରେ ପରିସ୍ଥିତି ଜଟିଳ ରହିଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଘାଟରେ ପାଣି ଭର୍ତ୍ତି ହୋଇଛି । ଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Get real time updates directly on you device, subscribe now.