fbpx

କୁପୋଷଣ ଓ କରୋନା ପାଇଁ ଜନସଚେତନତା ପଦଯାତ୍ରା

ମହାକାଳପଡ଼ା(ଓଡିଶା ଭାସ୍କର): କୁପୋଷଣ ଓ କରୋନା ପାଇଁ ଜନ ସଚେତନତା ପଦଯାତ୍ରା । ମା’ ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଙ୍ଘ, ଜାତୀୟ ସାମାଜିକ ସେବା ଓ ନେହେରୁ ଯୁବ ସଂଗଠନ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ମଙ୍ଗଳପୁର ପଞ୍ଚାୟତର ବାନ୍ଧପରା ଗ୍ରାମରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ଏଥିରେ କୁପୋଷଣ ସମ୍ବନ୍ଧରେ ଗ୍ରାମବାସୀ ଙ୍କୁ ସଚେତନ କରାଯାଇଥିଲା । ଏଥିସହିତ କରୋନାର ସଫଳ ମୁକାବିଲା ପାଇଁ ସଚେତନତା ପଦଯାତ୍ରା ସହିତ ଲୋକମାନଙ୍କୁ ମାସ୍କ, ସାନିଟାଇଜର, ସାବୁନ ଇତ୍ୟାଦି ବଣ୍ଟନ ହୋଇଥିଲା ଏବଂ ପରିବେଶ ସୁରକ୍ଷା ଓ ପରିଷ୍କାର ଆଲୋଚନା ସହିତ ବୃକ୍ଷ ରୋପଣ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମକୁ ମା’ ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଙ୍ଘର ସମ୍ପାଦକ ଶ୍ରୀ ମନୋରଞ୍ଜନ ଜେନା ଓ ସଙ୍ଘର ଉପଦେଷ୍ଟା ଶ୍ରୀଯୁକ୍ତ ଫିରୋଜ ସାହୁଙ୍କ ନିର୍ଦେଶରେ ମା’ ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଙ୍ଘର କେନ୍ଦ୍ରାପଡ଼ା ଶାଖାର ମୁଖ୍ୟ ସଂଯୋଜକ ମାନସ କୁମାର ବେହେରା ଓ ପ୍ରମୁଖ ସଦସ୍ୟ ମାନେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବାନ୍ଧପରା ଗ୍ରାମର ଅଙ୍ଗନବାଡି ଦିଦି ଛବିଲତା ସ୍ୱାଇଁ, ଆଶା କର୍ମୀ ଭାଗ୍ୟବତୀ ସାହୁ, ଚଷା ସଙ୍ଘର ସମ୍ପାଦକ ନରତମ ପାର୍ଥ ସାରଥୀ, ଅଭୟ ପରିଡା, ଅକ୍ଷୟ ସ୍ୱାଇଁ, କ୍ଷୀରୋଦ ବେହେରା, ବାବାଜୀ ସ୍ୱାଇଁ, ବିଚିତ୍ର ପଣ୍ଡା, ଭୀମସେନ ବେହେରା ଓ ମା ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଙ୍ଘର ସ୍ବେଛାସେବୀ ସୂର୍ଯ୍ୟକାନ୍ତ ପୈଟାଲ, ମଣ୍ଟୁ ଦାଶ, ଧର୍ମରାଜ ପୈଟାଲ ତାପସ ସାହୁ, ପ୍ରଭାର ଜେନା ପ୍ରମୁଖ ସଦସ୍ୟ ମାନେ ଯୋଗଦେଇଥିଲେ ।

Get real time updates directly on you device, subscribe now.