fbpx

୬ ବଲରେ ୬ ଛକା ମାରିଲେ ଭାରତୀୟ ଖେଳାଳୀ

ନୂଆଦିଲ୍ଳୀ: ୱାନ୍ ଇଣ୍ଟରନ୍ୟାସନାଲ୍ ମ୍ୟାଚ୍ ରେ ୬ ବଲ୍ ରେ ୬ ଟି ଛକା ମାରି ଚର୍ଚ୍ଚାରେ ଭାରତୀୟ ଖେଳାଳୀ ଜସକରଣ ମାଲହୋତ୍ରା(୩୧) । ଦିନିକିଆ ମ୍ୟାଚ୍ ରେ ହର୍ସଲ ଗିବ୍ସଙ୍କ ପରେ ଏବେ ଗୋଟିଏ ଓଭର୍ ରେ ୬ ଛକା ମାରିଥିବା ଦୁନିଆର ଦ୍ୱିତୀୟ ଖେଳାଳୀ ବନିଯାଇଛନ୍ତି ଜସକରଣ । ଆମେରିକା ପକ୍ଷରୁ ଖେଳୁଥିବା ଜସକରଣ ପପୁଆ ନ୍ୟିୁ ଗିନି ବିପକ୍ଷରେ ୫୦ ଓଭର୍ ରେ ଖେଳୁଥିବା ମ୍ୟାଚ୍ ରେ ସେ ଏପରି ଇତିହାସ ସୃଷ୍ଟି କରିଛନ୍ତି । ସେ ୨୦ ଟି ବଲ୍ ରେ ୧୧୨ ରନ୍ କରିଛନ୍ତି ।

ପଞ୍ଜାବର ଏହି ଖିଲାଡ଼ି ଜସକରଣଙ୍କ ଏହା ହେଉଛି ସପ୍ତମ ଅନ୍ତର୍ଜାତୀୟ ମ୍ୟାଚ୍ । ଏହି ମ୍ୟାଚ୍ ପୁର୍ବରୁ ତାଙ୍କର ଗୋଟିଏ ଓଭର୍ ରେ ଉଚ୍ଚତମ ସ୍କୋର ୧୮ ରନ୍ ଥିଲା । ହେଲେ ଆଜି ସେ ଇତିହାସ ସୃଷ୍ଟି କରିଛନ୍ତି । ସେ ଦ୍ରୁତ୍ ବୋଲିଂ କରୁଥିବା ଗାଉଡୀ ଟୋକୋଙ୍କ ଓଭର୍ ରେ ୬ଟି ଛକା ମାରିଛନ୍ତି । ସେ ପଞ୍ଚମ ଥର ବ୍ୟାଟିଂ ପାଇଁ ମଇଦାନ୍ କୁ ଆସିଥିଲେ ।

Get real time updates directly on you device, subscribe now.