fbpx

ଟୋକାର ଟାଣୁଆ କପାଳ : ୨୩୦ ଫୁଟ ଉଚ୍ଚ ଭୟାବହ ଘାଟିରୁ ଖସି ବଞ୍ଚିଗଲା

ନୂଆଦିଲ୍ଲୀ: କୁହାଯାଏ କିଛି ଜଣଙ୍କ ଭାଗ୍ୟ ଟାଣ ଥାଏ । ଆଉ ସେହି ଭଳି କିଛି ଲୋକଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ପର୍ବତାରୋହୀ ଜେକ୍ ରବିନସନ୍(୨୭) । ମୃତ୍ୟୁକୁ ଖୁବ୍ ପାଖରୁ ଦେଖି ଫେରିଛନ୍ତି ଏହି ପର୍ବତାରୋହୀ । ୟୁକେର ସବୁଠାରୁ ବିପଦ୍ଜନକ ପର୍ବତ ଉପରୁ ଅର୍ଥାତ୍ ୨୩୦ ଫୁଟ୍ ଉଚ୍ଚରୁ ଖସି ମଧ୍ୟ ସେ ବର୍ତ୍ତି ଯାଇଛନ୍ତି । ୟୁକେର ସବୁଠାରୁ ବିପଦ୍ଜନକ ପର୍ବତ ମଧ୍ୟରେ ଗଣାଯାଉଥିବା ନାଇଫ୍ ସ ଏଜ୍ ରୁ ଏହି ପର୍ବତାରୋହୀ ଖସିପଡ଼ିଥିଲେ । ଏଠାରେ କହିବାକୁ ଚାହୁଁଛୁ ଯେ, ଏହି ପର୍ବତଟି ଛୁରୀର ଧାର ପରି ତିଖ୍ନ ହୋଇଥିବାରୁ ଏହାକୁ ନାଇଫ୍ ସ ଏଜ୍ ବୋଲି ନାମ ଦିଆଯାଇଛି ।

ଏହି ପର୍ବତଟି ସ୍ନୋଡନ୍ ର କ୍ରିବ୍ ଗଚ୍ ଠାରେ ଅବସ୍ଥିତ । ଅଗଷ୍ଟ ୨୦ ତାରିଖ ଦିନ ରବିନ୍ ଏବଂ ତାଙ୍କ ସାଙ୍ଗ ମାନେ ପର୍ବତାରୋହଣ ପାଇଁ ବାହାରିଥିଲେ । ଆଉ ସେଦିନ ଉକ୍ତ ଅଞ୍ଚଳରେ କୁହୁଡ଼ିଆ ପାଗ ରହିଥିଲା । ତେବେ କିଛି ମାସ ତଳେ ଜଣେ ପର୍ବତାରୋହୀ ସେଠାରୁ ଖସିୁ ପ୍ରାଣ ହରାଇଥିଲେ ।

ତେବେ ରବିନ୍ ପର୍ବତ ଶିଖରର ଏକଦମ୍ ପାଖରେ ପହଞ୍ଚିଯାଇଥିଲେ । ହେଲେ ଠିକ୍ ସମୟରେ ତାଙ୍କ ଖସିଯାଇଥିଲା । ହେଲେ ହଠାତ୍ ସେ ଗୋଟିଏ ସ୍ଥାନରେ ଅଟକିବାରେ ସଫଳ ହୋଇଥିଲେ । ତଳେ ସମ୍ପୂର୍ଣ୍ଣ ଭାବରେ ଖସିବା ପୂର୍ବରୁ ସେ ବର୍ତ୍ତି ଯାଇଥିଲେ । ଏହାପରେ ତାଙ୍କ ସାଙ୍ଗ ମାନେ ଲୋକାଲ ଉଦ୍ଧାରକାରୀ ମାନଙ୍କୁ ଡାକିଥିଲେ । ସେମାନେ ଠିକ୍ ସମୟରେ ପହଞ୍ଚି ଉଦ୍ଧାର କରିଥିଲେ । ତାଙ୍କୁ ଏକ ଷ୍ଟ୍ରେଚର୍ ରେ ରଖି ଅଣାଯାଇଥିଲା ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖସିବା ପରେ ତାଙ୍କ ଜୀବନ ବଞ୍ଚିଯାଇଥିଲା କିନ୍ତୁ ଶରୀରରେ କିଛି ମାତ୍ରାରେ ଖଣ୍ଡିଆ ହୋଇଛି ।

Get real time updates directly on you device, subscribe now.