fbpx

ଜଳାର୍ଣ୍ଣବ SMART CITY ;ଏମିତି ଟ୍ୱିଟ କଲେ ଅପରାଜିତା

ଭୁବନେଶ୍ୱର (ଓଡିଶା ଭାସ୍କର) : ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା ରହିଛି । ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନ ଜଳବନ୍ଦୀ ଘେରରେ ରହିଛି । ଏହି ଭଳି ପରସ୍ଥିତିରେ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜ୍ୟରେ 21 ବର୍ଷର ଶାସନ ପରେ ସ୍ମାର୍ଟ ସିଟି ଭୁବନେଶ୍ୱର ଅବସ୍ଥା ଏହିପରି ରହିଛି । ଏପରି କହିବା ସହିତ ଅପରାଜିତା କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି ।
ସଂସଦୀୟ ଉପଦେଷ୍ଟା କମିଟି ଏବଂ ଭାରତ ସରକାରଙ୍କ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା ସଠିକ କରିବା ପାଇଁ ପରାମର୍ଶ ଦେଇଥିଲେ । ଜଳ ନିଷ୍କାସନ ଏବଂ ଡ୍ରେନେଜ ସୁବିଧା ଉପରେ ଯୋଜନା ପ୍ରସ୍ତୁତ କରିବାକୁ ମଧ୍ୟ କୁହାଯାଇଥିଲା । ତେବେ ସରକାରଙ୍କ ନିଷ୍କ୍ରିୟତାର ମୂଲ୍ୟ ରାଜ୍ୟ ବାସୀଙ୍କୁ ଦେବାକୁ ପଡୁଛି ବୋଲି ଲେଖିଛନ୍ତି ଅପରାଜିତା । ଏହାକୁ ରାଜ୍ୟ ସରକାରଙ୍କ ଆଳସ୍ୟ କୁହାଯିବ ନା କେନ୍ଦ୍ର ସରକାରଙ୍କ ସହିତ ମତଭେଦ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଏହାକୁ ସରକାର କେମିତି ନ୍ୟାୟୋଚିତ ବୋଲି ପ୍ରମାଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ।

Get real time updates directly on you device, subscribe now.