fbpx

ତାଲିବାନ କଥା ଛାଡ଼ନ୍ତୁ, ଏହି କାରଣ ପାଇଁ ଆଗାମୀ ଦିନରେ ୨୦ କୋଟି ଲୋକ ଦେଶ ଛାଡ଼ିବେ: World Bank Report

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଦେଶର ଅଧିକାଂଶ ଲୋକ ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଉଛନ୍ତି । ବର୍ତ୍ତମାନ ବିଶ୍ୱର ଅଧିକାଂଶ ଦେଶରେ ଆଫଗାନିସ୍ତାନର ନାଗରିକ ଆଶ୍ରୟ ନେଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ସମଗ୍ର ବିଶ୍ୱରେଏକ ନୂଆ ସମସ୍ୟା ଉଭା ହେବାକୁ ଯାଉଛି । ଜଳବାୟୁ ପରିବର୍ତ୍ତନ କାରଣରୁ ଆଗାମୀ ୩ ଦଶନ୍ଧି ମଧ୍ୟରେ ଅନେକ ଲୋକ ଦେଶ ପରିତ୍ୟାଗ କରିବେ । ଫଳରେ ଏହି କାରଣରୁ ୨୦ କୋଟିରୁ ଅଧିକ ସଂଖ୍ୟାରେ ଲୋକ ନିଜ ଘର ଛାଡ଼ିବାକୁ ବାଧ୍ୟହେବେ । ଏନେଇ ବିଶ୍ୱବ୍ୟାଙ୍କ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଜଳ ହ୍ରାସ, କମ ଶସ୍ୟ ଉତ୍ପାଦନ ଓ ସମୁଦ୍ରର ସ୍ତର ଆଦି କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇପାରନ୍ତି । ସୂଚନା ମୁତାବକ, ୨୦୫୦ ମଧ୍ୟରେ ଦେଶତ୍ୟାଗୀଙ୍କ ସଂଖ୍ୟାରେ ବହୁତ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି ରିପୋର୍ଟ ମାଧ୍ୟମରେ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.