fbpx

ଜମତାରା ଗ୍ୟାଙ୍ଗ ସକ୍ରିୟ: ବ୍ୟବସାୟୀଙ୍କ ଠାରୁ ଲୁଟିଲେ ୮୯ହଜାର ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପୁଣିଥରେ ସକ୍ରିୟ ହୋଇଗଲେଣି ଜମତାରା ଗ୍ୟାଙ୍ଗ୍ । କଳାହାଣ୍ଡି ଜିଲ୍ଲାର ଜଣେ ବ୍ୟବସାୟୀଙ୍କ ଠାରୁ ଏହି ଗ୍ୟାଙ୍ଗ ୮୯ହଜାର ଟଙ୍କା ଲୁଟିଥିବା ଜଣାପଡ଼ିଛି । ଏହି ମାମଲାରେ ଓଡ଼ିଶା ପୋଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ସଜ୍ଜାଦ୍ ଅନସାରୀ, ଅବଦୁଲ ଅଂସାରୀ ଏବଂ ରଇସ୍ ଅନସାରୀ । ଏମାନେ ଜମତାରା ଗ୍ୟାଙ୍ଗ ରେ ସକ୍ରିୟ ରହିଛନ୍ତି ।

ଜମତାରା ଗ୍ୟାଙ୍ଗ ସାଇବର୍ ଅପରାଧ ଘଟାଉଥିବା ବେଳେ ଏହି ତିନି ଜଣ ଏଥିରେ ସାମିଲ ରହିଛନ୍ତି । ଏମାନେ ବିଭିନ୍ନ ଉପାୟରେ ଲୋକଙ୍କ ଠାରୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଥାନ୍ତି । ତେବେ ଏହି ମାମଲାରେ ବି ଏମାନେ କଳାହାଣ୍ଡିର ଜଣେ ବ୍ୟକ୍ତିଙ୍କ ଠାରୁ ସମାନ ଢ଼ଙ୍ଗରେ ଲୁଟିଛନ୍ତି । ବ୍ୟବସାୟୀ ବିବେକ ଅଗ୍ରୱାଲଙ୍କ ଆକାଉଣ୍ଟରୁ ୮୯ ହଜାର ଟଙ୍କା ଲୁଟି ନେଇଛନ୍ତି । ପୋଲିସ୍ ସେମାନଙ୍କ ଗିରଫ କରିଥିବା ବେଳେ ତାଙ୍କ ପାଖରୁ ୪ଟି ମୋବାଇଲ, ୮ଟି ସିମ୍ କାର୍ଡ, ଗୋଟିଏ ଏଟିଏମ୍ କାର୍ଡ ଏବଂ ଗୋଟିଏ ବାଇକ୍ ଜବତ କରାଯାଇଛି ।

Get real time updates directly on you device, subscribe now.