fbpx

ଭଲ ମାର୍କ ରଖିଥିବାରୁ ବାପା ଦେଇଥିଲେ ସ୍ମାର୍ଟଫୋନ୍, Free Fire ଗେମରେ ଗଲା ପୁଅର ଜୀବନ

କୋଲକାତା: ଅନଲାଇନ୍ ଗେମ୍ ଏବେ ପିଲାମାନଙ୍କ ଏକ ବଡ଼ ସମସ୍ୟା ପାଲଟିଛି । ଆଜି କାଲିକା ପିଲା ମାନେ ମୋବାଇଲ୍ ଫୋନ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଫ୍ରୀ ଫାୟାର୍ ଗେମ୍ ଗୋଟିଏ ପିଲାର ଜୀବନ ନେଇଛି । ଜଣେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର ଏହି ଗେମ୍ ପାଇଁ ଆତ୍ମହତ୍ୟା କରିଛି । ମୃତକଙ୍କ ନାମ ସୁଭଦୀପ ଘୋଷାଳ(୨୧) ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପଶ୍ଚିମବଙ୍ଗର ହୁଗୁଳୀରେ ଘଟିଥିବା ଜଣାପଡ଼ିଛି ।

ମୃତକଙ୍କ ବାପା କହିଛନ୍ତି ଯେ, ପ୍ରଥମେ ଯେବେ ସେ ମାଧ୍ୟମିକ ପରୀକ୍ଷାରେ ପାସ୍ କରିଥିଲା ସେ ସମୟରେ ପୁରସ୍କାର ସ୍ୱରୂପ ତାକୁ ଏକ ଆଣ୍ଡ୍ରଏଡ୍ ଫୋନ୍ ଦେଇଥିଲେ । ଗତ ଦେଢ଼ ବର୍ଷ ହେବ କରୋନା ମହାମାରୀ କାରଣରୁ ପିଲା ମାନଙ୍କ ଅନଲାଇନ୍ କ୍ଲାସ୍ ହେଉଥିବାରୁ ସେମାନେ ମୋବାଇଲ ସହିତ ଅଧିକ ସମୟ ବିତାଇବାକୁ ଲାଗିଲେ । ସେ ଆହୁରି ବି କହିଛନ୍ତି ଯେ, ମୋବାଇଲ କିଣିବାକୁ ପରେ ସୁଭଦୀପ ପରିବାରକୁ ବେଶି ସମୟ ଦେଉନଥିଲେ । ଧୀରେ ଧୀରେ ସେ କାହା ସହ ବି ଅଧିକ ମିଶୁନଥିଲେ । ମୋବାଇଲ ଗେମ୍ ଫ୍ରୀ ଫାୟାର୍ ଗେମ୍ ର ନିଶା ଏତେ ମାତ୍ରାରେ ଚଢ଼ିଗଲା ଯେ , ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନଶୋଇ ଗେମ ଖେଳୁଥିଲା ଓ ଦିନ ସମୟରେ ଅପରାହ୍ନ ପର୍ଯ୍ୟନ୍ତ ଶୋଇ ରହୁଥିଲା ।

ଧୀରେ ଧୀରେ ସେ ମାନସିକ ଅବସାଦ ଭିତରକୁ ଚାଲିଗଲା । ବାପା-ମାଆଙ୍କ କଥା ଆଦୌ ଶୁଣୁନଥିଲା । ଦିନେ ରାତି ସମୟରେ ଖାଇବା ପରେ ନିଜ ରୂମ୍ କୁ ଚାଲିଗଲା । ସକାଳେ ଖୁବ୍ ଡାକିବା ପରେ ସେ ଶୁଣିନଥିଲା । ନ ଶୁଣିବାରୁ କବାଟ ଭାଙ୍ଗି ଦେଖିବା ବେଳକୁ ସୁଭଦୀପ ସିଲିଂ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ପୋଷ୍ଟମଟମ ପାଇଁ ହସ୍ପିଟାଲକୁ ପଠାଇଛି । ସୁଭଦୀପଙ୍କ ବାପା ପେଶାରେ ଜଣେ କୃଷକ ।

Get real time updates directly on you device, subscribe now.