fbpx

ଜଗା ଦର୍ଶନ ସାରି ଫେରୁଥିବା ବେଳେ ଓଲଟିଲା ବୋଲୋରୋ; ୧୩ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଘୁଲିପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୁରୀ ତୀର୍ଥ ସାରି ଫେରୁଥିବା ବେଳେ ବିଳମ୍ବିତ ରାତ୍ରିରେ ବରଗଡ଼ ଘୁଲିପାଲି ଛକ ଜାତୀୟରାଜପଥରେ ଭାରସାମ୍ୟ ହରାଇ ଓଲଟିପଡିଥିଲା ଵଲେରୋ । ଶିଶୁ ଏବଂ ମହିଳାଙ୍କୁ ମିଶାଇ ମୋଟ ୧୩ ଜଣ ଯାତ୍ରୀ ଥିଲେ । ଏହି ସମସ୍ତ ଯାତ୍ରୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲାର ଵୋଲି ଜଣାପଡିଛି ।
ଗାଡ଼ିରେ ଥିବା ଚାଳକଙ୍କ ସମେତ ମୋଟ ୧୩ ଜଣଙ୍କ ମଧ୍ୟରୁ ୫ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୮ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଗୁରୁତର ବ୍ୟକ୍ତିଙ୍କୁ ସ୍ଥାନୀୟ ସ୍ବେଛାସେବୀ ମାନଙ୍କ ସହାୟତାରେ ବୁର୍ଲା ବଡ଼ ମେଡିକଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ବରଗଡ଼ ମୁଖ୍ୟ ଡାକ୍ତର ଖନାରେ ଭର୍ତି କରାଯାଇଛି। ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ଏ ପର୍ୟ୍ୟନ୍ତ ଜଣାପଡିନାହିଁ ।

Get real time updates directly on you device, subscribe now.