fbpx

ହଲିଉଡର ରେଖା: ରୂପ ଯୌବନକୁ ଛୁଇଁ ପାରିନି ବୟସର ଗାର

ନୂଆଦିଲ୍ଲୀ:ଗୁରୁବାର ୪୬ ବର୍ଷରେ ପାଦ ଦେଇଛନ୍ତି ହଲିଉଡ ଅଭିନେତ୍ରୀ ଚାର୍ଲିଜ ଥେରନ । ୪୬ ବର୍ଷରେ ପାଦ ଦେଇଥିଲେ ହେଁ ନିଜର ସୌନ୍ଦର୍ଯ୍ୟରେ କୋଟି କୋଟି ଫ୍ୟାନଙ୍କୁ କିମିଆ କରୁଛନ୍ତି ଚାର୍ଲିଜ । ସାଉଥ ଆଫ୍ରିକାରେ ଜନ୍ମିତ ଏହି ଶ୍ୱେତାଙ୍ଗ ଅଭିନେତ୍ରୀ ଦ ଡେଭିଲ୍ସ ଆଡଭୋକେଟ(୧୯୯୭)ରେ ପଦାର୍ପଣ କରନ୍ତି । ଅଲ ପାସିନୋ ଏବଂ କିଏନୁ ରିଭସଙ୍କ ଭଳି ସୁପରଷ୍ଟାରଙ୍କ ବିପକ୍ଷରେ ନଜର ଆସିଥିଲେ ହେଁ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିବାରେ ସକ୍ଷମ ହୋଇଥିଲେ । ୩ ଥର ଓସ୍କାର ପାଇଁ ମନୋନୀତ ହୋଇଥିବା ଏହି ଅଭିନେତ୍ରୀ ଜଣଙ୍କ ୨୦୦୩ର ଚଳଚିତ୍ର ମନଷ୍ଟର ପାଇଁ ଓସ୍କାର ହାସଲ କରନ୍ତି ।

ମହିଳା କେନ୍ଦ୍ରିତ ଫିଲ୍ମ କରି ଚର୍ଚ୍ଚାରେ ରହୁଥିବା ଥେରନଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଝଡମୟ ରହିଥିଲା । ୪ ଥର ବିବାହ କରିଥିଲେ ହେଁ ଏହା ସର୍ବଦା ବିଚ୍ଛେଦରେ ପରିଣତ ହୋଇଛି । ଶେଷ ଥର ପାଇଁ ୨୦୧୫ରେ ସିନ ପେନଙ୍କ ସହିତ ଡିଭୋର୍ସ ପରଠାରୁ ସେ ବିବାହ କରିନଥିଲେ । ୨୦୧୯ର ବାୟୋଗ୍ରାଫିକାଲ ଡ୍ରାମା ବମ୍ବସେଲରେ ମେଗିନ କେଲିଙ୍କ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରୋ ଶ୍ରେଷ୍ଠ ଅଭିନେତ୍ରୀ ବର୍ଗରେ ଓସ୍କାର ପାଇଁ ମନୋନୀତ ହୋଇଥିଲେ ଚାର୍ଲିଜ ଥେରନ ।

Get real time updates directly on you device, subscribe now.