fbpx

ଉଚ୍ଚତାରୁ ଜଣାପଡ଼ିବ ଶରୀରରେ ଥିବା ରୋଗ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ମଣିଷର ଉଚ୍ଚତା ଶରୀରରେ ଥିବା ବିଭିନ୍ନ ପ୍ରକାରର ରୋଗ ସମ୍ପର୍କରେ ଅନେକ କିଛି କହିପାରେ । ୱେବମେଡ୍ ର ଏକ ରିପୋର୍ଟ ଅନୁସାରେ, ଯଦି କୌଣସି ବ୍ୟକ୍ତିର ଉଚ୍ଚତା ହାରାହାରି ଠାରୁ କମ୍ କିମ୍ବା ବେଶି ହେଲେ ତାର ପ୍ରଭାବ ଶରୀର ଉପରେ ପଡ଼ିଥାଏ । ଏନେଇ କିଛି ଅଧ୍ୟୟନରୁ ତଥ୍ୟ ପ୍ରକାଶ ପାଇଛି । ଏହି ଉଚ୍ଚତାରୁ ମଣିଷ ଠାରେ ଥିବା ରୋଗବ୍ୟାଧି ସମ୍ପର୍କରେ ଜଣାପଡ଼ିଥାଏ ।

ମଧୁମେହ: କଣ ଆପଣ ଜାଣିଛନ୍ତି କି ଆପଣଙ୍କ ପାଦର ଲମ୍ବ ଟାଇପ୍-୨ ଡାଇବେଟିସ୍ ହେବା ସହ ଜଡ଼ିତ ହୋଇ ରହିଛି? ଏନେଇ ପ୍ରାୟ ୬ ହଜାର ଲୋକଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଆଉ ଏହି ଆଧାରରେ ବୈଜ୍ଞାନିକ ମାନେ କହିଛନ୍ତି ଯେ, ଲମ୍ବା ପାଦ ଥିବା ଲୋକ ମାନଙ୍କ ଠାରେ ଡାଇବେଟିସ୍ ର ଆଶଙ୍କା ଖୁବ୍ କମ୍ ଥାଏ । ଏହା ପଛର କାରଣ ବୈଜ୍ଞାନିକ ମାନେ ବି ଠିକ୍ ରୂପରେ ଜାଣିପାରିନାହାନ୍ତି । କିନ୍ତୁ ଏହା ଜନ୍ମ ପୁର୍ବରୁ ଠିକ୍ ଭାବରେ ପୋଷଣ କିମ୍ବା ମେଟାବୋଲିଜିମ୍ କାରଣରୁ ଏପରି ହେଉ ଥାଇପାରେ ।

କର୍କଟ/କ୍ୟାନସର୍: କିଛି ଅଧ୍ୟୟନରୁ ଜଣାପଡ଼ିଛି ଯେ, ହାରାହାରି ଠାରୁ କମ୍ ଉଚ୍ଚତା ଥିବା ଲୋକଙ୍କ ଠାରେ କିଛି ବିଶେଷ ପ୍ରକାରର କ୍ୟାନସର୍ ର ଆଶଙ୍କା କମ୍ ଥାଏ । ୟୁରୋପ ଓ ଉତ୍ତର ଆମେରିକାରେ ପାଖାପାଖି ଏକ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ହୋଇଥିବା ଅଧ୍ୟୟନ ଅନୁସାରେ, ସ୍ୱଳ୍ପ ଉଚ୍ଚତାଯୁକ୍ତ ମହିଳା ମାନଙ୍କ ଠାରେ ଓଭୋରିୟନ୍ କ୍ୟାନସର୍ ର ସମସ୍ୟା ଢ଼େର୍ ମାତ୍ରାରେ କମ୍ ରହିଥାଏ । ସେହିପରି ୫୦ ରୁ ୬୯ ବର୍ଷ ବର୍ଗର ୯ ହଜାରରୁ ଅଧିକ ବ୍ରିଟିଶ୍ ଯୁବକ ମାନଙ୍କ ଉପରେ ହୋଇଥିବା ଷ୍ଟଡି ମୁତାବକ, କମ୍ ଉଚ୍ଚତା ଥିବା ଲୋକ ମାନଙ୍କ ଠାରେ ପ୍ରୋଷ୍ଟେଟ୍ କ୍ୟାନସର୍ କମ୍ ଥାଏ ।

ହୃଦରୋଗ: ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ୫ ଫୁଟ ୩ ଇଞ୍ଚ୍ ରୁ କମ୍ ଉଚ୍ଚତା ଥିବା ଲୋକଙ୍କ ଠାରେ କରୋନାରୀ ହାର୍ଟ ଡିଜିଜ୍ ର ଆଶଙ୍କା, ୫ ଫୁଟ୍ ୮ ଇଞ୍ଚ ହୋଇଥିବା ଲୋକଙ୍କ ତୁଳନାରେ ୫୦ ପ୍ରତିଶତ ଅଧିକ ହୋଇଥାଏ । ତେବେ ଏହାର କାରଣ ଜନ୍ମ ପୁର୍ବରୁ ଖରାପ ପୋଷଣ ଏବଂ ଇନଫେକ୍ସନ୍ ହୋଇପାରେ ।

ବ୍ଲଡ୍ କ୍ଲଟ୍: ଶରୀରରେ ବ୍ଲଡ୍ କ୍ଲଟ୍ ହେବା ହେଉଛି ଏକ ଅତ୍ୟନ୍ତ ଗମ୍ଭୀର ସମସ୍ୟା । ଖାସ୍ କରି ଯେତେବେଳେ ଏହା ଶିରା ଓ ଫୁସଫୁସ୍ କୁ ହାନି ପହଞ୍ଚାଇବାର ଥାଏ ସେତେବେଳେ ଏହା ଆହୁରି ଗମ୍ଭୀର ରୂପ ନେଇଥାଏ । ଅଧ୍ୟୟନରେ କୁହାଯାଇଛି ଯେ, ଶିରାରେ ବ୍ଲଡ୍ କ୍ଲଟ୍ କରିବାର ସମ୍ଭାବନା ଛୋଟ ଉଚ୍ଚତା ଥିବା ଲୋକ ମାନଙ୍କ ଠାରେ କମ୍ ଥାଏ । ୫ ଫୁଟ୍ କିମ୍ବା ତାଠାରୁ କମ୍ ଉଚ୍ଚତା ଥିବା ଲୋକ ମାନଙ୍କ ପାଖରେ ଏହାର ସମ୍ଭାବନା କମ୍ ଥିବା ଦେଖିବାକୁ ମିଳେ ।

Get real time updates directly on you device, subscribe now.