fbpx

ରାଜ୍ୟରେ ବନ୍ୟାସ୍ଥିତିକୁ ନେଇ ଆଜି କ’ଣ କହିଲେ ଏସଆରସି, ଜାଣନ୍ତୁ

ଭୁବନେଶ୍ୱର,(ଓଡିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ବନ୍ୟା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଏସଆରସି କହିଛନ୍ତି ଯେ, ଉପରମୁଣ୍ଡାରେ ବର୍ଷା କମିଛି । ହୀରାକୁଦକୁ ଜଳ ପ୍ରବେଶ କମିଛି । ଏବେ ୪.୭୦ ଲକ୍ଷ କ୍ୟୁସେକ ଜଳ ପଶୁଛି ଓ ୪.୮୪ ଲକ୍ଷ ନିଷ୍କାସନ ହେଉଛି । ହୀରାକୁଦକୁ ଆସିଥିବା ପାଣି କାଲି ସକାଳେ ମୁଣ୍ଡଳିରେ ପିକ୍ ଧରିବ । କାଲି ସକାଳେ ମୁଣ୍ଡଳିରେ ସାଢ଼େ ୭ଟାରୁ ୮ ଲକ୍ଷ କ୍ୟୁସେକ୍ ପାଣି ଯିବ । ଏସବୁ ଦେଖିଲେ ମହାନଦୀରେ ବିଶେଷ କିଛି ସମସ୍ୟା ଆଶ କରୁନୁ ବୋଲି ଏସଆରସି କହିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା ନଦୀ ଜଳସ୍ତର କମୁଛି । ସୁବର୍ଣ୍ଣରେଖା ଜଳସ୍ତର ବଢ଼ୁଛି, ଆଜି ରାତିରେ ପିକ୍ ଛୁଇଁବ । ଆଜି ରାତିରେ ରାଜଘାଟଠାରେ ଜଳସ୍ତର ୧୧.୫ ମିଟର ପହଞ୍ଚିପାରେ । ଏଥିଯୋଗୁଁ ବିଶେଷକିଛି ଅସୁବିଧା ହେବନାହିଁ ବୋଲି ଆଶା କରାଯାଉଛି । ଭୋଗରାଇ ଓ ବାଲିଆପାଳର କିଛି ତଳି ଅଞ୍ଚଳରେ ପାଣି ପଶିପାରେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପୂରା ସଜାଗ ରହିଥିବା ଏସଆରସି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.