fbpx

ଅଟୋକୁ ଧକ୍କା ଦେଲା ସ୍କୋର୍ପିଓ: ଗୋଟିଏ ପରିବାରର ୮ ମୃତ, ୯ରୁ ଅଧିକ ଲୋକ ଗୁରୁତର

ରାୟପୁର : ଛତିଶଗଡର କୋଣ୍ଡାଗାଓଁରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଏବଂ ଅଟୋ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହେବାରୁ ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । କୋଣ୍ଡାଗାଓଁ ଜିଲ୍ଲା ଅନ୍ତର୍ଗତ ବୋରଗାଓଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।

ମିଳିଥିବା ସୂଚନା ଅନୁସାରେ, ଗୋଟିଏ ପରିବାର ୧୬ ଜଣ ଏକ ଅଟୋରେ ଯାଉଥିଲେ । ଏହି ସମୟରେ ଝାଡଖଣ୍ଡରୁ ଜଗଦଲପୁର ଯାଉଥିବା ଏକ ସ୍କର୍ପିଓ, ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅଟୋରେ ବସିଥିବା ଲୋକମାନେ ପ୍ରାୟ ୧୦ ଫୁଟ ଉପରକୁ ଉଠିଯାଇଥିଲେ । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏ ବାବଦରେ ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ସ୍ଥାନୀୟ ପୋଲିସ ।

Get real time updates directly on you device, subscribe now.