fbpx

ସର୍ଭେ ଅନୁସାରେ କୁପୋଷଣ ରୋକିବାରେ ଓଡ଼ିଶା ପଛୁଆ

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ୨୦୨୨ ସୁଦ୍ଧା କୁପୋଷଣ ଦୂର କରିବା ଲକ୍ଷ୍ୟରେ ଓଡ଼ିଶା ପଛରେ ରହିଛି । କେନ୍ଦ୍ର ମହିଳା ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ସର୍ଭେରେ ସହାୟତା କରିଥିଲେ Unicef ଓ ପପୁଲେସନ କାଉନସିଲ ଅଫ ଇଣ୍ଡିଆ । ସୂଚନା ଅନୁସାରେ ୦-୫,୫-୧୦ ଓ ୧୦-୧୯ ବର୍ଷର ପିଲାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ବୟସ ଅନୁସାରେ ଉଚ୍ଚତା କମ୍ କ୍ଷେତ୍ରରେ ଓଡ଼ିଶାରେ ୮% ପିଲା ଅଛନ୍ତି । ସେହିପରି ଉଚ୍ଚତା ଅନୁପାତ ଓଜନ କମ୍ କ୍ଷେତ୍ରରେ ରାଜ୍ୟରେ ୧୩.୦୯% ପିଲା ଅଛନ୍ତି । ଓଡ଼ିଶାରେ ୧୮.୩% କିଶୋର ଓ ୪୧.୫ କିଶୋରୀ ଏମୋନିଆରେ ଆକ୍ରାନ୍ତ ହୋଇଛନ୍ତି । ଜାତୀୟ ସ୍ତରରେ ଏହା ୧୩.୨%,୧୭.୫% ଓ ୩୯.୬% ରହିଛି । ଓଡ଼ିଶାର ତଥ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏନଏନବି ଟିମ୍ ସହ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.