fbpx

ସମସ୍ତ କର୍ମଚାରୀଙ୍କର ଦରମା ହୋଇଗଲା ୫୦ ଲକ୍ଷ: ତଥାପି ଲାଭରେ ରହିଲା କମ୍ପାନୀ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଆମେରିକାର ଏକ କ୍ରେଡିଟ୍ କାର୍ଡ ପ୍ରୋସେସିଂ କମ୍ପାନୀ ୬ ବର୍ଷ ପୂର୍ବରୁ ସମସ୍ତ ଷ୍ଟାଫଙ୍କ ସର୍ବନିମ୍ନ ବାର୍ଷିକ ସାଲାରୀ ୫୧ ଲକ୍ଷ କରିଦେଇଥିଲା । ସେତେବେଳେ ଗ୍ରାଭିଟି ପେମେଣ୍ଟସ ନାମକ ଉକ୍ତ କମ୍ପାନୀର ଏହି ନିଷ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ରାୟ ସାମନାକୁ ଆସିଥିଲା । ମାତ୍ର ସାଲାରୀ ବଢ଼ାଇବା ପରେ ବି କମ୍ପାନୀ ଲାଭରେ ରହିଥିବା ସିଇଓ ଡେନ ପ୍ରିସ କହିଛନ୍ତି ।

ଏନେଇ ଡେନ କହିଛନ୍ତି ଯେ, ଏବେ କମ୍ପାନୀର ଷ୍ଟାଫଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଛି । ଷ୍ଟାଫଙ୍କ ସାଲାରୀ ବଢ଼ାଇବା ସମୟରେ ସେ ନିଜର ବାର୍ଷିକ ସାଲାରି ୭ କୋଟି କମ୍ କରିଦେଇଥିଲେ । ଏହି ନିଷ୍ପତ୍ତିକୁ ନେଇ ସେତେବେଳେ କିଛି ଲୋକ ଡେନଙ୍କୁ ହିରୋର ଆଖ୍ୟା ଦେଇଥିଲା ବେଳେ ଆଉ କେତେକ କମ୍ପାନୀ ଦେବାଳିଆ ହୋଇଯିବ ବୋଲି ଭବିଷ୍ୟବାଣୀ କରିଥିଲେ । ଯେତେବେଳେ ସମସ୍ତ ଷ୍ଟାଫଙ୍କ ସାଲାରୀ ବୃଦ୍ଧି ପାଇଥିଲା, ସେତେବେଳେ ସେମାନେ ସମସ୍ତେ କମ୍ପାନୀ ପ୍ରତି ଅଧିକ ବିଶ୍ୱସ୍ତ ହୋଇଥିଲେ । ଫଳସ୍ୱରୂପ ୨୦୨୦ରେ କରୋନା ପାଇଁ କମ୍ପାନୀ ଖରାପ ଅବସ୍ଥାକୁ ଚାଲିଆସିଥିଲେ ହେଁ କିଛି ମାସ ପରେ ସେଥିରୁ ମୁକୁଳିବାରେ ସକ୍ଷମ ହୋଇଥିଲା । ଏହି ସମୟରେ କିଛି ଷ୍ଟାଫ ସ୍ୱଇଚ୍ଛାରେ କିଛି ମାସ ପାଇଁ ନିଜ ନିଜର ସାଲାରୀ ହ୍ରାସ କରାଇଥିଲେ । ସାଲାରୀ ବୃଦ୍ଧି ହେବା ପରେ ଗ୍ରାଭିଟି ପେମେଣ୍ଟର ସମସ୍ତ ଷ୍ଟାଫ ମିଶିକରି ସିଇଓ ଡେନଙ୍କୁ ଏକ ଆକର୍ଷଣୀୟ କାର ଗିଫ୍ଟ କରିଥିଲେ । ତେବେ ଏହାକୁ ନେଇ ସେ ଅଧିକ ଖୁସି ଥିବା ସିଇଓ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.