fbpx

ଭୂତ ସହିତ ୧୫ ବର୍ଷ ଧରି ରିଲେସନସିପରେ ଥିଲେ ମହିଳା; ପ୍ରତିଦିନ ରଖୁଥିଲେ ଶାରୀରିକ ସମ୍ବନ୍ଧ, ହେଲେ ଏବେ ଚାହୁଁଛନ୍ତି…

ଜୟପୁର: ପ୍ରେମରେ ପଡିଲେ ୨ଜଣ ଅତି ନିକଟତର ହୋଇଥାନ୍ତି । ଉଭୟ ପରସ୍ପରଙ୍କ ସୁଖ ଦୁଃଖର ଧ୍ୟାନ ରଖନ୍ତି । ଲୋକମାନେ ପ୍ରେମକୁ ପାଇବାକୁ କାହା ସହିତ ବି ଲଢ଼େଇ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି । ଆଜିକାଲି ସମାଜରେ ସମଲିଙ୍ଗ ସମ୍ପର୍କକୁ ମଧ୍ୟ ସମ୍ମତି ମିଳିଛି । କିନ୍ତୁ ପ୍ରେମ ଯଦି ୨ଟି ଅଲଗା ଦୁନିଆ ସହିତ ହୁଏ, ତେବେ କ’ଣ ହେବ? ସେହିପରି ଏକ ଘଟଣା ଇଂଲଣ୍ଡରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ଗତ ୧୫ ବର୍ଷ ଧରି ଭୂତ ସହିତ ରିଲେସନସିପରେ ଥିବା ଦାବି କରିଛନ୍ତି । ମହିଳାଙ୍କ ନାଁ ଏମେଥିଷ୍ଟ ରିୟଲମ ହୋଇଥିବା ବେଳେ ସେ ଭୂତ ସହିତ ପରିବାର କରିବାକୁ ଯୋଜନା କରୁଥିଲେ । କିନ୍ତୁ ବର୍ତ୍ତମାନ ଦୁହିଁଙ୍କ ସମ୍ପର୍କ ଖରାପ ହୋଇଛି ଓ ମହିଳା ଏବେ ବ୍ରେକଅପ୍ ଚାହୁଁଛନ୍ତି ।

ଏହି ମହିଳା ଜଣକ ବୈଜ୍ଞାନିକଙ୍କ କଥାକୁ ବି ଖଣ୍ଡନ କରି ଭୂତ ସହିତ ଥିବା ସମ୍ପର୍କର ଖୁଲାସା କରିଛନ୍ତି । ମହିଳା ଦାବି କରିଛନ୍ତି ଯେ, ସେ ଭୂତ ସହିତ ନିବିଡ଼ ସମ୍ପର୍କରେ ଥିଲେ । ଉଭୟଙ୍କ ସମ୍ପର୍କ ଅତ୍ୟନ୍ତ ରୋମାଣ୍ଟିକ୍ ଥିବା ସହ ଦୁହେଁ ଶାରୀରିକ ସମ୍ପର୍କ ରଖୁଥିଲେ । କିନ୍ତୁ ଏବେ ସମ୍ପର୍କ ଖରାପ ହେବାକୁ ମାମଲା ବ୍ରେକଅପ୍ ଆଡକୁ ଯାଇଛି ।

ତେବେ ମହିଳା ଭୂତ ସହିତ ଛୁଟି କାଟିବାକୁ ଥାଇଲ୍ୟାଣ୍ଡ ଯାଇଥିଲେ । ଦୁହେଁ ସେଠାରେ ଭଲ ସମୟ ବିତାଇଥିଲେ । କିନ୍ତୁ ସେଠାରୁ ଫେରିବା ପରେ ସବୁକିଛି ବଦଳିଯାଇଥିଲା । ମହିଳାଙ୍କୁ ଏପରି ଲାଗିଲା କି, ଭୂତ ଆଉ କାହା ସହିତ ସମ୍ପର୍କ ରଖୁଛି । ଏହି କାରଣରୁ ତାଙ୍କ ମନୋଭାବ ବଦଳିଯାଇଛି । ସେ ଆଉ ର୍ପୂବ ଭଳି ପ୍ରେମ କରୁନାହାନ୍ତିି । ଏହି କାରଣରୁ ସେ ସମ୍ପର୍କ ଭାଙ୍ଗିବାକୁ ଚାହୁଁଛନ୍ତି । ମହିଳା ଅଭିଯୋଗ କରିଛନ୍ତି କି, ଥାଇଲ୍ୟାଣ୍ଡରୁ ଫେରିବା ପରେ ଭୂତ ତାଙ୍କୁ ହଇରାଣ କରୁଛି । ସେ ଅନେକ ଭୂତଙ୍କୁ ତାଙ୍କ ଘରକୁ ଡାକିଆଣୁଛି । ମହିଳାଙ୍କ ପ୍ରେମ କାହାଣୀ ଶୁଣି ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି ।

Get real time updates directly on you device, subscribe now.