fbpx

ମଡେଲଙ୍କ ଭୁଲ୍ ହେୟାର୍ କଟ୍ କରିଦେଲେ ସେଲୁନ୍ କର୍ମଚାରୀ, ଏବେ ଦେବାକୁ ହେବ ଏତିକି କୋଟି ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ: ମଡେଲଙ୍କ ଚୁଟି ଭୁଲଭାଲ୍ କାଟିଦେଲେ ଦିଲ୍ଲୀର ଏକ ସେଲୁନ୍ କର୍ମଚାରୀ । ଏବେ ଏହି ଭୁଲ୍ ସେଲୁନ୍ ଉପରେ ଖୁବ୍ ଭାରୀ ପଡ଼ିଛି । ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ(ଏନସିଡିଆରସି) ନିର୍ଦ୍ଦେଶ ଦେଇଛନ୍ତି ଯେ, ପୀଡ଼ିତା ମହିଳାଙ୍କୁ ଦୁଇ କୋଟି ଟଙ୍କାର କ୍ଷତିପୂରଣ ଦେବେ । ମଡେଲଙ୍କ ଚୁଟିକୁ ଭୁଲ କାଟିଥିବାରୁ ଏବଂ ଭୁଲ ହେୟାର୍ ଟ୍ରିଟମେଣ୍ଟ ପାଇଁ ସେଲୁନ୍ କୁ ଦୋଷୀ ବୋଲି କହିଛି ଆୟୋଗ ।

ଆୟୋଗ ପକ୍ଷରୁ କୁହାଯାଇଛି ଯେ, ସେଲୁନର ଅବହେଳା କାରଣରୁ ମଡେଲଙ୍କର ଚୁଟିରେ କ୍ଷତି ପହଞ୍ଚିଛଇ । ତେଣୁ କ୍ଷତିପୂରଣ ହିସାବରେ ଏବେ ତାଙ୍କୁ ଦୁଇ କୋଟି ଟଙ୍କା ଦେବାକୁ ହେବ । ଏହି ସେଲଶୁନ୍ ଦିଲ୍ଳୀର ଏକ ହୋଟେଲରେ ରହିଛି । ଏଠାକୁ ୨୦୧୮ ମସିହାରେ ଆଶନା ରୟ୍ ନିଜର ହେୟାର ଟ୍ରିଟମେଣ୍ଟ କରାଇବା ପାଇଁ ଆସିଥିଲେ । ସେ ଏକ ହେୟାର ପ୍ରଡକ୍ଟର ମଡେଲ ଥିବା ବେଳେ ସେ ଅନେକ ବଡ଼ ବଡ଼ ହେୟାର୍ କେୟାର୍ ବ୍ରାଣ୍ଡ ପାଇଁ ମଡେଲିଂ ବି କରିସାରିଛନ୍ତି ।

ଆଶନା ରୟ କହିଛନ୍ତି ଯେ, ସେ ଯେଉଁ ହେୟାର୍ କଟ୍ କରିବାକୁ କହିଥିଲେ ତାର ଓଲଟା କରିଥିଲେ । ଯାହା ଫଳରେ ତାଙ୍କ ହାତରୁ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ଚାଲି ଗଲା । ଫଳରେ ଆର୍ଥିକ ସଭ୍କଟ ଦେଇ ତାଙ୍କୁ ଗତି କରିବାକୁ ପଡ଼ିଲା । ସେଲୁନ୍ ର ଅବହେଳା କାରଣରୁ ଏବେ ତାଙ୍କୁ ହାତରେ ବଡ଼ ବଡ଼ ପ୍ରୋଜେକ୍ଟ ବି ଚାଲିଗଲା ଓ ଟପ୍ ମଡେଲ ହେବାର ଯେଉଁ ସ୍ୱପ୍ନ ସେ ଦେଖିଥିଲେ ତାହା ବି ଭାଙ୍ଗିଗଲା ।

Get real time updates directly on you device, subscribe now.