fbpx

ଶାରୀରିକ ସମ୍ପର୍କ ରଖିବା ସମୟରେ ଅଚାନକ୍ ଗଡିଲା କାର୍, ଆଉ ତା’ପରେ…

ୟୁକେର ଡର୍ବିସାୟରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଦମ୍ପତି କାରରେ ଶାରୀରିକ ସମ୍ପର୍କ ରଖିବା ସମୟରେ ଫସି ଯାଇଥିଲେ । ଶୂନଶାନ୍ ଅଞ୍ଚଳରେ କାର ଭିତରେ ଏହି ଦମ୍ପତି ଶାରୀରିକ ସମ୍ପର୍କ ରଖୁଥିଲେ, ହଠାତ୍ ହ୍ୟାଣ୍ଡବ୍ରେକ୍ ଚାପି ହୋଇଯିବାରୁ କାରଟି ଓଲଟି ପଡି ଏକ ଛୋଟ ପାହାଡ ତଳକୁ ଖସିପଡିଥିଲା ।

ରିପୋର୍ଟ ଅନୁଯାୟୀ, ଶୂନଶାନ୍ ରାସ୍ତାରେ ଏକ ଦମ୍ପତି କାରରେ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଏହି ଘଟଣା ଘଟିଥିଲା । ହ୍ୟାଣ୍ଡବ୍ରେକ୍ ଚାପି ହୋଇଯିବାରୁ କାରଟି ଛୋଟ ପାହାଡ ତଳକୁ ଖସି ପଡିଥିଲା । ରାତି ସମୟ ହୋଇଥିବାରୁ ରାସ୍ତାଟି ନିଛାଟିଆ ଥିଲା । ଓଲଟି ପଡିଥିବା କାର ଭିତରେ ଦମ୍ପତି ଲକ୍ ହୋଇଗଲେ । ବାହାରକୁ ବାହାରିବାକୁ ଅନେକ ଚେଷ୍ଟା ପରେ ବି ସଫଳ ହୋଇନଥିଲେ । ଗାଡ଼ି ଏପରି ଭାବେ ଓଲଟିଥିଲା ଯେ, ସେମାନଙ୍କର ବାହାରିବା କଷ୍ଟକର ହୋଇପଡିଥିଲା ।

କିନ୍ତୁ ସୌଭାଗ୍ୟବଶତଃ ସେହି ସମୟରେ ଡର୍ବିସାୟର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ଦମ୍ପତିଙ୍କୁ ଉଦ୍ଧାର କରି କାର ଭିତରୁ ବାହାରକୁ ଆଣିଥିଲେ । ଏହି ଦୁର୍ଘଟଣାର କିଛି ଫଟୋ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.