fbpx

ବିଶ୍ୱର ୧ ନମ୍ବର ଧନୀ ଏଲନ ମସ୍କଙ୍କ ବ୍ରେକଅପ୍, ମାତ୍ର ୩ ବର୍ଷର ରିଲେସନସିପ ଭାଙ୍ଗିବାର ଏହା ଥିଲା କାରଣ

ନୂଆଦିଲ୍ଲୀ: ଟେସଲାର ଫାଉଣ୍ଡର ଓ ସିଇଓ ଏଲନ ମସ୍କଙ୍କୁ କିଏ ବା ନଜାଣେ । ବର୍ତ୍ତମାନେ ସେ ଦୁନିଆର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ୧ ନମ୍ବର ସ୍ଥାନରେ ରହିଛନ୍ତି । ତିନି ବର୍ଷ ରିଲେସନସିପରେ ରହିବା ପରେ ଏଲନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଗ୍ରିମ୍ସ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ଏଲନଙ୍କର ମୋଟ ସମ୍ପତ୍ତିର ପରିମାଣ ୧୫ ଲକ୍ଷ କୋଟିରୁ ଅଧିକ ହୋଇଥିବା ବେଳେ ଧନୀ ତାଲିକାରେ ଦ୍ୱିତୀୟ ତାଲିକାରେ ଥିବା ଜେଫ ବୋଜେସଙ୍କ ପାଖରେ ୧୪ ଲକ୍ଷ କୋଟିରୁ ଅଧିକ ଟଙ୍କା ରହିଛି ।

ତେବେ ଏଲନ ଓ ଗ୍ରିମ୍ସ ପରସ୍ପରକୁ ପ୍ରେମ କରିବା ସହ ଅଧିକାଂଶ ସମୟରେ ମିଳାମିଶା କରୁଥିଲେ । ବର୍ତ୍ତମାନ ଏଲନଙ୍କୁ ୫୦ ବର୍ଷ ହୋଇଥିବା ବେଳେ କାନାଡ଼ା ଗାୟିକା ଗ୍ରିମ୍ସଙ୍କୁ ୩୩ ବର୍ଷ ଅଟେ । ୨୦୧୮ରେ ପ୍ରଥମ ଥର ପାଇଁ ଦୁହିଁଙ୍କର ସାକ୍ଷାତ ହୋଇଥବବା ବେଳେ ୨୦୨୦ରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ସ୍ପେସ ଏକ୍ସ ଓ ଟେସଲାର କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ ଏଲନ ଅଧିକାଂଶ ସମୟ ଟେକ୍ସାସରେ ରହିବା ସହ ଅନ୍ୟ ଦେଶକୁ ଭ୍ରମଣ କରିଥାନ୍ତି । ଅପରପକ୍ଷରେ ଗ୍ରିମ୍ସ ନିଜର କାର୍ଯ୍ୟ ପାଇଁ ଲସ୍ ଏଞ୍ଜେଲସରେ ରହୁଥିବାରୁ ଏହା ଦୁହିଁଙ୍କର ବ୍ରେକଅପର ଅନ୍ୟତମ କାରଣ ବୋଲି ଏଲନ କହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.