fbpx

ସ୍ଥଳଭାଗ ମୁହାଁ ‘ଗୁଲାବ’: ୨୪ ଏନଡିଆରଏଫ୍, ୪୨ଟି ଓଡ୍ରାଫ୍ ମୁତୟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁଲାବ ମୁକାବିଲା ପାଇଁ ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ମୁତୟନ ହୋଇଛନ୍ତି । ବାତ୍ୟାକୁ ଆଖି ଆଗରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଳା ମାନଙ୍କରେ ୨୪ ଟି ଏନଡିଆରଏଫ୍ ଟିମ୍, ୪୨ଟି ଓଡ୍ରାଫ୍ , ୧୦୩ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । ଆବଶ୍ୟକତାକୁ ଦେଖି ଜିଲ୍ଲାରେ ଟିମ୍ ଉଦ୍ଧାର କାର୍ଯ୍ୟ କରିବେ । ଏନେଇ ଏସଆରସି ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ।

ଗୋପାଳପୁର ପାଇଁ ୭ ନମ୍ବର ବିପଦ ସଂକେତ ଜାରି ହୋଇଛି । ଗୁଲାବ ପାଇଁ ବନ୍ଦର ଗୁଡ଼ିକ ସକାଣେ ବିପଦ ସଂକେତ ଜାରି ହୋଇଛି । ଏହି ପରିପ୍ରେକ୍ଷୀରେ ପୁରୀ ପାଇଁ ୬ ନମ୍ବର ବିପଦ ସଂକେତ ଜାରି ହୋଇଛି । ପାରାଦ୍ୱୀପ ଓ ଧାମରା ପାଇଁ ଲୋକାଲ ସିଗନାଲ ନମ୍ବର ୩ ଜାରି ହୋଇଛି ।

 

 

 

 

 

Get real time updates directly on you device, subscribe now.