fbpx

ସନ୍ଧ୍ୟା ୬ଟାରେ ଗୁଲାବ କରିବ ଲ୍ୟାଣ୍ଡଫଲ୍, ଗୋପାଳପୁର ଠାରୁ ୯୫ କିମି ଦୂରରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ’ । ଅପରାହ୍ନ ୫ଟା ସୁଦ୍ଧା ଗୋପାଳପୁର ଠାରୁ ୯୫ କିମି ଦୂରରେ ରହିଛି । ଆନ୍ଧ୍ର କଳିଙ୍ଗପଟ୍ଟନମ୍ ଠାରୁ ଆଉ ୮୫ କିମି ଦୂରରେ ରହିଛି ସାମୁଦ୍ରିକ ଝଡ଼ । ବିଗତ ୩ ଘଣ୍ଟାରେ ବେଗ ରହିଛି ଘଣ୍ଟା ପ୍ରତି ୨୪ କିମି । ସନ୍ଧ୍ୟା ୬ଟା ରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ SRC ସୂଚନା ଦେଇଛନ୍ତି।

 

ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ ହେବ । ଗଜପତି, ରାୟଗଡା, ମାଲକାନାଗିରି ଜିଲ୍ଲା ଦେଇ ଅତିକ୍ରମ କରିବ । ୮୫ରୁ ୯୫ କିମି ବେଗରେ ପବନ ବୋହିବ ଓଡିଶାରେ । ଧୀରେ ଧୀରେ ପବନର ବେଗ କମିବ । ପରେ ୬୦ରୁ ୭୦ କିମି ବେଗରେ ଗଂଜାମ ଗଜପତିରେ ପବନ ହେବାର ସମ୍ଭାବନା । କୋରାପୁଟ, ରାୟଗଡା, ଗଜପତିରେ ପ୍ରଭାବ ରହିବ ଆସନ୍ତା କାଲି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

 

୩ ପ୍ରକାର ସମସ୍ୟା ହେବାର ସମ୍ଭାବନା । ପବନ, ଭୂସ୍ଖ୍ଳନ, ବନ୍ୟା । ପବନ ଯୋଗୁଁ ଅଧିକ କ୍ଷୟକ୍ଷତି ହେବ । ଗଛ, ଖୁଣ୍ଟି ଉପୁଡି ପାରେ । ଗଜପତି, ରାୟଗଡା, କୋରାପୁଟରେ ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା । ନାଗାବଳି, ଋଷିକୂଲ୍ୟା ବଂଶଧାରାରେ ବନ୍ୟା ପାଣି ଆସିପାରେ । ଫ୍ଲାସ୍ ଫ୍ଲଡ୍ ଆସିପାରେ । ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଋଷିକୂଲ୍ୟାର ରିଜର୍ଭରରେ ଥିବା ପାଣି ୬୦ ପ୍ରତିଶତକୁ ଖସାଇ ଦିଆଯିବ । ବଡ ବନ୍ୟାର ଆଶଙ୍କା ନାହିଁ । ବଡ ଧରଣର ବନ୍ୟାକୁ ମୁକାବିଲା ପାଇଁ କିଛି ଡ୍ୟାମ ଓ କେନାଲରୁ ପାଣି ନିଷ୍କାସନ କରାଯାଉଛି ।

 

 

Get real time updates directly on you device, subscribe now.