fbpx

ଆପଣ ଗାଡ଼ିର ବୀମା ପଲିସୀ କରିବା ସମୟରେ ଜାଣି ରଖନ୍ତୁ ଏହିସବୁ ନିୟମ, ନଚେତ୍ ଖାରଜ ହୋଇଯିବ କ୍ଲେମ୍

ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି କିଣିବା ପାଇଁ ପ୍ଲାନ କରୁଛନ୍ତି, ତେବେ ଗାଡ଼ିର ବୀମା ପଲିସି କରିବା ନିହାତି ଦରକାର । ଏହାଦ୍ୱାରା ଆପଣ ଯେ କୌଣସି ଦୁର୍ଘଟଣା, ଚୋରି ସମ୍ବନ୍ଧୀୟ ଖର୍ଚ୍ଚକୁ ସହଜରେ କଭର କରିବା ସହ ଆର୍ଥିକ ସୁରକ୍ଷା ପାଇପାରିବେ । ଅନେକ ସମୟରେ ଗାଡ଼ିର ବୀମା ପଲିସି କ୍ଲେମ କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ତାହା ଖାରଜ ହୋଇଯାଇଥାଏ । ତେଣୁ ପଲିସୀ କିଣିବା ସମୟରେ କିଛି ଜରୁରୀ ସର୍ତ୍ତ ଓ ନିୟମ ବିଷୟରେ ଜାଣିବା ନିହାତି ଜରୁରୀ । ପଲିସୀର ସର୍ତ୍ତ ଓ ନିୟମ ବିଷୟରେ ଅଜ୍ଞ ଥିବାରୁ ଅଧିକାଂଶ ଲୋକ ଭୁଲ କରିବସନ୍ତି ଓ ଇନସ୍ୟୁରାନ୍ସ କମ୍ପାନୀ ସେମାନଙ୍କର କ୍ଲେମ ଖାରଜ କରିଦେଇଥାଏ ।

ମୋଟର ଯାନ ଆକ୍ଟ ଅନୁଯାୟୀ, କମର୍ସିଆଲ ଗାଡ଼ି ପାଇଁ ବୀମା କଭର ଓ ଆଇନ ଅଲଗା ଅଲଗା ହୋଇଥାଏ । ଯଦି ଆପଣ ନିଜ କାରକୁ କମର୍ସିଆଲ ଭାବେ ବ୍ୟବହାର କରନ୍ତି, ଏ କ୍ଷେତ୍ରରେ ଦୁର୍ଘଟଣା ଘଟିଲେ ବୀମା କମ୍ପାନୀ ଆପଣଙ୍କ କ୍ଲେମ୍ ଖାରଜ କରିଦେଇଥାଏ । ଯଦି ଆପଣ ନିଜ କାରର ପଲିସୀ ଅବଧିରେ ମଡିଫିକେସନ କରିଛନ୍ତି ବା ସେଥିରେ କୌଣସି ଆସେସିରିଜ୍ ଲଗାଛନ୍ତି, ତେବେ ପଲିସୀ ରିନ୍ୟୁ କରିବା ସମୟରେ ବୀମାକର୍ତ୍ତାଙ୍କୁ ଏ ବିଷୟରେ ସୂଚନା ଦିଅନ୍ତୁ । ଏପରି ନକଲେ ଆପଣ କାରର ବୀମାର ଲାଭ ଉଠାଇ ପାରିବେ ନାହିଁ । କାରଣ ବୀମା କମ୍ପାନୀ ଏହାକୁ ନିରୀକ୍ଷଣ କରିବା ପରେ ହିଁ ଅତିରିକ୍ତ ଆସେସିରିଜକୁ ନୂଆ ପଲିସୀରେ ସାମିଲ କରିଥାଏ । ଅଧିକାଂଶ ଲୋକ ପଲିସୀ କରିବା ସମୟରେ ପଇସା ବଞ୍ଚାଇବା ଚକ୍କରେ ନିଜର କାର ସମ୍ପର୍କୀତ କିଛି ସୂଚନା ଲୁଚାଇ ରଖନ୍ତି । କିଛି ଲୋକ ମଧ୍ୟ ଫର୍ଜି କ୍ଲେମ କରିଥାନ୍ତି । ଏହି ଦୁଇଟି କାରଣରୁ କାରଣରୁ ଅଧିକାଂଶ ଲୋକଙ୍କ କ୍ଲେମ ଖାରଜ ହୋଇଯାଇଥାଏ । ଏହାଛଡ଼ା ଯଦି ଆପଣ ଫର୍ଜି କ୍ଲେମ କରନ୍ତି, ତେବେ ବୀମା କମ୍ପାନୀ ଆପଣଙ୍କ ବିରୋଧରେ ଆଇନଗତ ମକଦ୍ଦମା ମଧ୍ୟ କରିପାରିବ । ଯଦି ଆପଣ ବିନା ଡ୍ରାଇଭିଂ ଲାଇସେନ୍ସରେ କାର ଚଳାଉଥାନ୍ତି, ତେବେ ବୀମା କମ୍ପାନୀ ଆପଣଙ୍କ କ୍ଲେମ ଖାରଜ କରିଦେଇଥାଏ ।

Get real time updates directly on you device, subscribe now.