fbpx

ସତସଙ୍ଗ ବିହାର ରାସ୍ତାରୁ ୩ ହାଇୱେ ଲୁଟେରା ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଲୁଟ୍ ମାମଲା ବଢ଼ିଚାଲିଥିବା ବେଳେ ଏହା ବିରୋଧରେ ଅଣ୍ଟା ଭିଡ଼ିଛି କମିଶନରେଟ୍ ପୋଲିସ । ଏହାରି ମଧ୍ୟରେ କମିଶନରେଟ୍ ପୋଲିସ ପଞ୍ଝାରେ ଫସିଛନ୍ତି ୩ ହାଇୱେ ଲୁଟେରା । ଭୁବନେଶ୍ୱର ସତସଙ୍ଗ ବିହାର ରାସ୍ତାରୁ ୩ ହାଇୱେ ଲୁଟେରା ଗିରଫ କରିଛି କମିଶନରେଟ ପୋଲିସ । ସତସଙ୍ଗ ବିହାର ରାସ୍ତାରେ ଲୁଟ୍ ପାଇଁ ପ୍ରସ୍ତୁତ ବେଳେ ଗିରଫ ହୋଇଛନ୍ତି ଲୁଟେରା । ୩ ଲୁଟେରାଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ବାଇକ୍ ଜବତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.