fbpx

ମୋବାଇଲକୁ ରାତି ସାରା ଚାର୍ଜ ବସାଇବା କେତେ ଭଲ, କେତେ ଖରାପ? ଜାଣନ୍ତୁ ଏହି ଖବର ଜରିଆରେ

ଓଡ଼ିଶା ଭାସ୍କର ବ୍ୟୁରୋ: ମୋବାଇଲ୍ ଫୋନର ବ୍ୟବହାର ଏବେ ଖୁବ୍ ବଢ଼ିଯାଇଛି । ପ୍ରତିଟି ଛୋଟ କାମ ପାଇଁ ମୋବାଇଲର ବ୍ୟବହାର କରାଯାଉଛି । ତେବେ ଏହାର ବ୍ୟବହାର ଲୋକଙ୍କ ପାଇଁ ଯେତେ ଭଲ ସେତିକି ଖରାପ ମଧ୍ୟ । ଆଜିକା ସମୟରେ ମୋବାଇଲ୍ ବିନା କୌଣସି କାମ ସହଜ ମଧ୍ୟ ହୋଇପାରୁନି । ଛୋଟରୁ ଛୋଟ କାମ ପାଇଁ ମୋବାଇଲ ଉପରେ ଲୋକ ନିର୍ଭର କରୁଛନ୍ତି ।

ହେଲେ ଆପଣ ମାନେ ଜାଣିଛନ୍ତି କି ମୋବାଇଲର ବ୍ୟବହାର ସ୍ୱାସ୍ଥ୍ୟ ଉପରେ ଖୁବ୍ ଖରାପ ପ୍ରଭାବ ପକାଇଥାଏ । ଏହା ଆମ ଆଖି ଓ ମସ୍ତିସ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ତେବେ ଅନେକ ଲୋକଙ୍କ ଅଭ୍ୟାସ ରହିଛି ଯେ, ସେମାନେ ନିଜ ଫୋନ୍ କୁ ଚାର୍ଜିଂରେ ରଖି ବ୍ୟବହାର କରିଥାନ୍ତି । ଏହା ସହିତ ମୋବାଇଲକୁ ପୂରା ରାତି ଚାର୍ଜ ବସାଇ ଛାଡ଼ି ଦେଇଥାନ୍ତି । ଯାହାଫଳରେ ସକାଳୁ ଉଠିବା ବେଳକୁ ଫୋନ୍ ୧୦୦% ଚାର୍ଜ ହୋଇଯିବ । ହେଲେ ଏହିପରି ଭାବରେ ରାତି ସାରା ଫୋନ୍ ଚାର୍ଜ ବସାଇବା କେତେ ଦୂର ଠିକ୍? ଚାଲନ୍ତୁ ଜାଣିବା ଏ ସମ୍ପର୍କରେ ବିସ୍ତୃତ ଭାବରେ ।

ବିଶେଷଜ୍ଞଙ୍କ କହିବାନୁସାରେ, ଏବେ ସମୟ ହେଉଛି ସ୍ମାର୍ଟଫୋନ୍ ର । କିନ୍ତୁ ଏଥିରେ ଚାର୍ଜିଂକୁ ନେଇ ଅନେକ ସମସ୍ୟା ରହିଛି । ଯେମିତି ଆପଣ ପେଟ ପୂରିବା ପର୍ଯ୍ୟନ୍ତ ଖାଦ୍ୟ ଖାଇବା ପରେ ଆଉ ଖାଇବାକୁ ଇଛା କରନ୍ତି ନାହିଁ । ସେହିଭଳି ଭାବେ ମୋବାଇଲ ୧୦୦% ଚାର୍ଜ ହେବା ପରେ ଆଉ ଚାର୍ଜ ହୁଏ ନାହିଁ । ତେବେ ଆଜି କାଲି ସ୍ମାର୍ଟ ଫୋନରେ ଏପରି ଚାର୍ଜିଂ ସର୍କିଟ୍ ଲଗାଯାଉଛି ଯାହାଦ୍ୱାରା ବ୍ୟାଟେରୀ ୧୦୦% ଚାର୍ଜ ହେବା ପରେ ସପ୍ଲାଏ ବନ୍ଦ ହୋଇଯାଏ । ଯେତେବେଳେ ବ୍ୟାଟେରୀ ୯୦% ହୋଇଯାଏ ପୁଣି ଚାର୍ଜ ହେବା ଆରମ୍ଭ ହୋଇଯାଏ ।

ଚାର୍ଜିଂ ସମୟରେ ମୋବାଇଲ ଗରମ ହୋଇଗଲେ ଲୋକ ମାନେ ଚିନ୍ତାରେ ପଡ଼ିଯାଆନ୍ତି । ସେମାନଙ୍କୁ ଲାଗେ ବ୍ୟାଟେରୀରେ କୌଣସି ସମସ୍ୟା ରହିଛି । କିନ୍ତୁ ବିଶେଷଜ୍ଞଙ୍କ କହିବା କଥା ଯେ, ଭାଇରସ୍ କାରଣରୁ ମଧ୍ୟ ମୋବାଇଲର ବ୍ୟାକ୍ ସାଇଡ୍ ଗରମ ହୋଇଯାଏ । ତେଣୁ ଭଲ ହେବ ରାତିରେ ମୋବାଇଲ୍ ଚାର୍ଜରେ ଲଗାଇ ଛାଡ଼ନ୍ତୁ ନାହିଁ ।

Get real time updates directly on you device, subscribe now.