fbpx

ବୋତଲରେ ପଶି ସଢ଼ିବାକୁ ଲାଗିଲା ପ୍ରାଇଭେଟ୍ ପାର୍ଟ, ୨ ମାସ ପରେ ଡାକ୍ତରଙ୍କ ପାଖକୁ ଯିବାରୁ…

ନୂଆଦିଲ୍ଲୀ: ନେପାଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯେଉଁଠାରେ ୪୫ ବର୍ଷୀୟ ବ୍ୟକ୍ତିର ପ୍ରାଇଭେଟ୍ ପାର୍ଟରେ ବୋତଲ ଫସିଯାଇଥିବା ମାମଲା ସାମ୍ନାକୁ ଆସିଛି । ୨ ମାସ ଧରି ବ୍ୟକ୍ତି ସେହିପରି ଅବସ୍ଥାରେ ଚଳପ୍ରଚଳ କରୁଥିଲା । କିନ୍ତୁ ଅଧିକ କଷ୍ଟ ହେବାରୁ ସେ ମେଡିକାଲରେ ପହଞ୍ଚିଥିଲା, ଯେଉଁଠି ଡାକ୍ତର ମଧ୍ୟ ଏପରି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ଜଣାପଡିଲା ଯେ, ଯୌନ ସୁଖ ଚକ୍କରରେ ଆସି ବ୍ୟକ୍ତିର ପ୍ରାଇଭେଟ ପାର୍ଟରେ ବୋତଲ ପଶିଯାଇଥିଲା ।

ରିପୋର୍ଟ ମୁତାବକ, ଏହି ମାମଲା ନେପାଳରେ ଘଟିଛି । ସେଠାରେ ଜଣେ ବ୍ୟକ୍ତିର ପ୍ରାଇଭେଟ ପାର୍ଟରେ ବୋତଲ ଫସିଯାଇଥିଲା । ଲଜ୍ଜା ଯୋଗୁଁ ବ୍ୟକ୍ତି ଜଣକ କାହାକୁ ବି ଏବିଷୟରେ କହିନଥିଲେ ଓ ଏପରି ଅବସ୍ଥାରେ ୨ ମାସ ପର୍ଯ୍ୟନ୍ତ ବୁଲିଥିଲେ । ଯେବେ ପ୍ରାଇଭେଟ୍ ପାର୍ଟ ସଢ଼ିବାକୁ ଲାଗିଲା ଓ ଗନ୍ଧ ହେଲା, ସେବେ ବ୍ୟକ୍ତି ଜଣକ ଡାକ୍ତରଙ୍କ ନିକଟକୁ ଯାଇଥିଲା ।

ଡାକ୍ତରଙ୍କ ଚେକଅପ୍ ପରେ ଜଣାପଡିଲା ଯେ, ବ୍ୟକ୍ତିର ପ୍ରାଇଭେଟ ପାର୍ଟରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇନଥିଲା । ଏହି କାରଣରୁ ପ୍ରାଇଭେଟ ପାର୍ଟ ସଢ଼ିବାକୁ ଲାଗିଲା । ଡାକ୍ତରମାନେ ମେଡିକାଲ ଉପକରରଣ ସାହାଯ୍ୟରେ ବୋତଲକୁ କାଢ଼ିବାକୁ ପ୍ରୟାସ କରିଥିଲେ, କିନ୍ତୁ ସଫଳ ହୋଇନଥିଲେ । ଏହାପରେ କେବୁଲ ତାରର ସାହାଯ୍ୟ ନେଇଥିଲେ । ଶେଷରେ ବ୍ୟକ୍ତିର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ଡାକ୍ତର । ତେବେ ବ୍ୟକ୍ତିକୁ ଜଣେ ମାନସିକ ରୋଗୀ କୁହାଯାଉଛି ।

Get real time updates directly on you device, subscribe now.