fbpx

ଆମେରିକାରେ କରୋନା ମୃତ୍ୟୁ ୭ ଲକ୍ଷ ଟପିଲା

ୱାଶିଂଟନ୍: ଆମେରିକାରେ କରୋନା କହର କମିନାହିଁ । ସେଠାରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଡେଲ୍ଟା ଭାରିଆଣ୍ଟର ପ୍ରଭାବ କମ୍ ହେବାରୁ ମେଡିକାଲରୁ କିଛି ଆଶ୍ୱସ୍ତିକର ଖବର ଆସିଛି । ଆମେରିକାରେ ମୃତ୍ୟୁ ସଂଖ୍ୟା ୬ ଲକ୍ଷରୁ ୭ ଲକ୍ଷରେ ପହଞ୍ଚିବାକୁ କେବଳ ସାଢ଼େ ୩ ମାସ ଲାଗିଲା । ଆମେରିକାର ମୃତ୍ୟୁସଂଖ୍ୟା ବୋଷ୍ଟନ ଜନସଂଖ୍ୟାଠାରୁ ଅଧିକ ।

ତେବେ ବର୍ତ୍ତମାନ ସୁଦ୍ଧା ଆମେରିକାରେ ୭ ଲକ୍ଷ ୧୮ ହଜାର ୯୮୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୪୪ ଲକ୍ଷ ୫୩ ହଜାର ୪୦୫ରେ ପହଞ୍ଚିଛି ।

Get real time updates directly on you device, subscribe now.