ସାଢ଼େ ୪ କୋଟି ଲୋକ ବିଜେଡ଼ି ସହ ରହିବେ: ସଞ୍ଜୟ ଦାସବର୍ମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ଆଜିଠାରୁ ରାଜନୀତି ସରଗରମ ହୋଇଛି । ଅନେକ ସ୍ଥାନରେ ଦଳ ଅଦଳବଦଳ ନୀତି ମଧ୍ୟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ନେତା ସଞ୍ଜୟ ଦାସବର୍ମା । ସେ କହିଛନ୍ତି ଯେ, ‘ବିଜେଡ଼ି ସବୁବେଳେ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଛି । ଆମେ ବହୁଥର ପଞ୍ଚାୟତ ନିର୍ବାଚନ ଲଢ଼ିଛୁ, ଏହା ନୂଆ ନୁହେଁ । ମୋର ବିଶ୍ୱାସ ଯେ ଓଡ଼ିଶାର ସାଢ଼େ ୪ କୋଟି ଲୋକ ବିଜେଡ଼ି ସହ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏହି ନିର୍ବାଚନରେ ପ୍ରତିଫଳନ ହେବ ।’