fbpx
BSKY SKY
BSKY SKY

ଟାଟାକୁ ମିଳିବ କି ଏୟାର ଇଣ୍ଡିଆ ? ଚୂଡାନ୍ତ ନିଷ୍ପତ୍ତି ନେବେ ଅମିତ୍ ଶାହାଙ୍କ ପ୍ୟାନେଲ, ଶୀଘ୍ର ବସିବ ବଡ ବୈଠକ

BSKY

ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଦାୟିତ୍ୱ ଚଳିତ ସପ୍ତାହରେ ଏହାର ନୂତନ ମାଲିକଙ୍କୁ ହସ୍ତାନ୍ତର କରାଯିବ । ନୂତନ ମାଲିକଙ୍କ ନିଷ୍ପତ୍ତି ଚଳିତ ସପ୍ତାହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ନେତୃତ୍ୱାଧୀନ ମନ୍ତ୍ରୀ ପରିଷଦ ନେବେ । ସମ୍ଭବତଃ ଗୋଟିଏ ସପ୍ତାହ ପରେ ଏୟାର ଇଣ୍ଡିଆ ଗୃହ ପ୍ରତ୍ୟାବର୍ତ୍ତନ ହୋଇପାରେ । ସରକାର ପୁନର୍ବାର ଟାଟା ଗ୍ରୁପକୁ ଏୟାର ଇଣ୍ଡିଆର ଦାୟିତ୍ୱ ଦେଇ ପାରନ୍ତି ।

ସୂଚନାଯୋଗ୍ୟ, ଟାଟା ଗ୍ରୁପ ଏୟାର ଇଣ୍ଡିଆର ବୋଲିରେ ସବୁଠୁ ଆଗରେ ରହିଛି । ଏହି ଦୌଡରେ ସ୍ପାଇସ୍ ଜେଟର ପ୍ରମୋଟର ଅଜୟ ସିଂହ ମଧ୍ୟ ସାମିଲ୍ । କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ଗୋଟିଏ ସପ୍ତାହ ପରେ ନିଆଯିବ ।

ଯଦି ଟାଟା ସହିତ ସରକାରଙ୍କ ଚୁକ୍ତିନାମା ପୂରା ହୋଇଯାଏ ତେବେ ବିମାନ କମ୍ପାନୀର ୬୮ ବର୍ଷ ପରେ ଗୃହ ପ୍ରତ୍ୟାବର୍ତ୍ତନ ହୋଇପାରେ । ଟାଟା ଗ୍ରୁପ ୧୯୩୨ ଅକ୍ଟୋବରରେ ଟାଟା ଏୟାରଲାଇନ୍ସ ନାମରେ ଏୟାର ଇଣ୍ଡିଆର ଚଳାଚଳ ଆରମ୍ଭ କରିଥିଲା । ୧୯୪୭ରେ ଦେଶ ସ୍ୱାଧୀନତା ପରେ ଏକ ରାଷ୍ଟ୍ରୀୟ ଏୟାରଲାଇନ୍ସର ଆବଶ୍ୟକତା ଥିବା ସରକାର ହୃଦବୋଧ କରିଥିଲେ । ଏହା ପରେ ସରକାର ଏୟାର ଇଣ୍ଡିଆରେ ୪୯ ପ୍ରତିଶତ ସେୟାର ଅଧିଗ୍ରହଣ କରି ନେଇଥିଲେ । ଏହା ପରେ ୧୯୫୩ରେ ଭାରତ ସରକାର ଏୟାର କର୍ପୋରେସନ ଆକ୍ଟ ବିଧେୟକ ପାରିତ କରିଥିଲେ ଏବଂ ଟାଟା ଗ୍ରୁପଠୁ ଏୟାର ଇଣ୍ଡିଆର ଅଧିକାଂଶ ଭାଗିଦାରୀ ନିଜ ନିୟନ୍ତ୍ରଣକୁ ନେଇଥିଲେ ।

ଏକ ରିପୋର୍ଟ ଅନୁଯାୟୀ, ଟାଟା ଗ୍ରୁପର ବୋଲି ସରକାରଙ୍କ ଧାର୍ଯ୍ୟ ରିଜର୍ଭ ପ୍ରାଇସଠୁ ପ୍ରାୟ ୩୦୦୦ କୋଟି ଅଧିକ ରହିଛି । ଟାଟାର ବୋଲି ସ୍ପାଇସଜେଟର ଚେୟାରମ୍ୟାନ ଅଜୟ ସିଂହ ଦ୍ୱାରା ଲଗାଯାଇଥିବା ବୋଲିଠୁ ପ୍ରାୟ ୫୦୦୦ କୋଟି ଟଙ୍କାରୁ ଅଧିକ ହେବ ।

Get real time updates directly on you device, subscribe now.