fbpx

ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର, କମିବ ଏସି ବସ୍ ଭଡ଼ା

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ମୋ ବସ୍ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଥିବା ଜଣାପଡ଼ିଛି । ଡିସେମ୍ବର ୧ରୁ ଜାନୁଆରି ୩୧ଯାଏଁ କ୍ରୁଟ(କ୍ୟାପିଟାଲ୍ ରିଜିନ୍ ଅରବାନ ଟ୍ରାନ୍ସପୋର୍ଟ) ବସ୍ ଭଡ଼ା କମ୍ କରାଯିବ । ଶୀତତାପ ନିୟନ୍ତ୍ରିତ ବସ୍ ଭଡ଼ା ୩୮ ପ୍ରତିଶତ କମିଛି । ଏହାସହ ବସ୍ ଭଡ଼ା ଦେବା ବେଳେ ଆଉ ଖୁଚୁରା ପଇସା ପାଇଁ ଚିନ୍ତିତ ହେବାକୁ ପଡ଼ିବ ନାହିଁ । କାରଣ ଏବେ ବସ୍ ଭଡ଼ା ୫,୧୦,୧୫ ଓ ୨୦ଟଙ୍କା ହିସାବରେ ନିଆଯିବ ।ପ୍ରଥମ୨କିମି ପାଇଁ ସର୍ବନିମ୍ନ ଭଡ଼ା ୮ଟଙ୍କା ପରିବର୍ତ୍ତେ ୫ଟଙ୍କା ପାଇଁ ନିର୍ଦ୍ଧାରିତ ହୋଇଛି । ଏସି ବସରେ ସର୍ବାଧିକ ଭଡ଼ା ୧୦୦ ପରିବର୍ତ୍ତେ ୭୦ଟଙ୍କା କରାଯାଇଛି । ଖୁବଶୀଘ୍ର ଭୁବନେଶ୍ୱରରେ ୫୦ଟି ନୂଆ ବସ୍ ଗଡ଼ିବ ବୋଲି ସୂଚନା ମିଳିଛି । ସେପଟେ ଡିସେମ୍ବର ୧୫ସୁଦ୍ଧା ଇଲେକ୍ଟ୍ରିକ ବସର ଟେଣ୍ଡର ପ୍ରକ୍ରିୟା ସରିବ ବୋଲି ଜଣାପଡ଼ିଛି । ମୋ ବସ୍ ସେବା ଭୁବନେଶ୍ୱର ଓ କଟକ ମଧ୍ୟରେ ଯାତାୟତ କରୁଛି ।

Get real time updates directly on you device, subscribe now.