ଲଖୀମପୁର ମାମଲାରେ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ-ପ୍ରିୟଙ୍କା ଗାନ୍ଧୀ, କହିଲେ ବ୍ୟର୍ଥ ଯିବନି ବଳିଦାନ

ଉତ୍ତରପ୍ରଦେଶ ଲଖୀମପୁର ଖେରିରେ ଘଟିଥିବା ଘଟଣାକୁ ନେଇ ଏବେ ଜୋର ଧରିଛି ରାଜନୀତି । ବିରୋଧୀ ଦଳ ଉତ୍ତରପ୍ରଦେଶ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ସେପଟେ ଘଟଣାକୁ ନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଜେପିକୁ ଘେରିିଛନ୍ତି ।

ରାହୁଲ ଗାନ୍ଧୀ ଟ୍ୱିଟ କରି ଲେଖିଛନ୍ତି ଯେଉଁମାନେ ଏହି ଅମାନବୀୟ ନରସଂହାରକୁ ଦେଖି ଚୁପ ଅଛନ୍ତି ସେମାନେ ପ୍ରଥମେ ମରିସାରିଛନ୍ତି । କିନ୍ତୁ ଆମେ ଏହି ବଳିଦାନକୁ ବ୍ୟର୍ଥ ଯିବାକୁ ଦେବୁନାହିଁ । କିସାନ ସତ୍ୟାଗ୍ରହ ଜିନ୍ଦାବାନ୍ଦ । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟ୍ୱିଟ କରି ବିଜେପି ସରକାରଙ୍କୁ ଘେରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶରେ ଲଖୀମୁପର ଖୀରୀର ଟିକୁନିଆରେ ବିଜେପି କର୍ମୀ ଏବଂ କୃଷକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୩ କୃଷକଙ୍କ ମୃତ୍ୟୁ ହୋଇଥିଲା ଦୁଇଟି ଗାଡ଼ି ମଧ୍ୟ ପୋଡ଼ିଦିଆଯାଇଛି । ଘଟଣା ଅନୁଯାୟୀ ରବିବାର ବନବୀରପୁରକୁ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ୟଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯିବାର କାର୍ଯ୍ୟକ୍ରମ ଥିଲା । ଯେତେବେକେି କୃଷକମାନେ କୃଷି ବିଲକୁ ବିରୋଧ କରି ତାଙ୍କୁ କଳାପତକା ଦେଖାଇବାକୁ ଛିଡ଼ା ହୋଇଥିଲେ ।

ଅଭିଯୋଗ ହୋଇଛି ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଏବଂ ବିଜେପି ସମର୍ଥକ କୃଷକଙ୍କୁ ହଟାଇବା ପାଇଁ ସେମାନଙ୍କ ଉପରକୁ ଗାଡ଼ି ଚଢ଼ାଇଥିଲେ । ଫଳରେ କୃଷକଙ୍କ ମୃତ୍ୟୁ ହୋଇଥିଲା । ତେବେ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଲାଗିରହିଛି, ବ୍ୟାପକ ସଂଖ୍ୟାରେ ପୋଲିସ ମଧ୍ୟ ମୁତୟନ କରାଯାଇଛି ।