fbpx
BSKY SKY
BSKY SKY

ରିଲିଜ ହେଲା ସମ୍ବଲପୁରୀ ଫୋକ ମ୍ୟୁଜିକ ‘ଏ ଲବ୍’

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରୀ ଲୋକ ଗୀତ ଉପରେ ଆଧାରିତ ନୂତନ ସମ୍ବଲପୁରୀ ମ୍ୟୁଜିକ ଭିଡିଓ ଏ ଲବ୍ ଆଜି ଉଦଘାଟିତ ହୋଇଯାଇଛି । ମାଁ ସମଲେଶ୍ବରୀ ଙ୍କ ମନ୍ଦିର ଠାରେ ସ୍ୱତନ୍ତ୍ର ପୁଜାଚ୍ଚନା ପରେ ମ୍ୟୁଜିକ ଭିଡିଓ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏହାକୁ ଶୁଭମୁକ୍ତି କରାଯାଇଛି । ଏହି ନୂତନ ମ୍ୟୁଜିକ ଭିଡିଓ ଏ ଲବରେ ସମ୍ବଲପୁରୀ କଳା ଓ ସମ୍ବଲପୁରୀ ଲୋକ ଗୀତ ସହ ନାଚକୁ ସ୍ୱତନ୍ତ୍ର ଭାବରେ ଭିଡିଓଗ୍ରାଫୀ କରାଯାଇ ସ୍ଥାନ ଦିଆଯାଇଛି । ଏଥିସହ ଏଥିରେ କଳାକାର ମାନଙ୍କ ନିଖୁଣ ଅଭିନୟ କରିଥିବା ବେଳେ ଦର୍ଶକ ମାନେ ଏହାକୁ ବେଶ ପସନ୍ଦ କରିବା ଆଶା କରାଯାଉଛି ।

ସମଲେଶ୍ବରୀ ମନ୍ଦିର ଠାରେ ଏହାର ଶୁଭମୁକ୍ତି ଅବସରରେ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଏହି ସମ୍ବଲପୁରୀ ଫୋକ୍ ମ୍ୟୁଜିକ ଭିଡିଓ ଏ ଲବ୍ କୁ ନିଦ୍ଧେଶନା ବିଶ୍ୱନାଥ ସେଟ ଦେଇଥିବା ବେଳେ କାହାଣୀ କୁ ତୁଲାରାମ କଲେଜ ଲେଖିଛନ୍ତି । ଏହାସହ ଭିଡିଓ ରେ ମୁଖ୍ୟ ଭୁମିକାରେ ଅଭିନୟରେ କରିଛନ୍ତି ସ୍ଥାନୀୟ କଳାକାର ଜଗନ୍ନାଥ ସେଟ, ଜଗତଜିଦ, ରାଜନନ୍ଦନି, ଚନ୍ଦ୍ର ଓ ଜୁବଳି । ଦଶହରାରେ ଏହି ନୂତନ ମ୍ୟୁଜିକ ଭିଡିଓଟି ଶୁଭମୁକ୍ତି ହୋଇଥିବା ବେଳେ ଏହା ବେଶ ଦର୍ଶକଙ୍କ ଦ୍ୱ।ରା ଆଦୄତ ହେବା ଆଶା କରାଯାଉଛି ।

https://www.facebook.com/watch/?v=203786678509265&extid=WA-UNK-UNK-UNK-AN_GK0T-GK1C&ref=sharing

Get real time updates directly on you device, subscribe now.