fbpx

ଭିଜିଲାନ୍ସର ଅତିରିକ୍ତ ଏସପି ସ୍ତରରେ ଅଦଳବଦଳ, ବାଲେଶ୍ୱର ଡିଭିଜନକୁ ଗଲେ ନରହରି ନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ ୭ ଅତିରିକ୍ତ ଏସପିଙ୍କ ବଦଳି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ, ବ୍ରହ୍ମପୁର, ରାଉରକେଲା ଓ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ସହ ଭିଜିଲାନ୍ସ ଡିଭିଜନରେ ଖାଲି ଥିବା କୋ-ଅର୍ଡିନେସନ ଏସପି ପଦବୀରେ ଇନଚାର୍ଜ ଏସପି ଭାବେ ଅବସ୍ଥାପିତ କରାଯାଇଛି । ଅବଶିଷ୍ଟ ଦୁଇଜଣ ପୂର୍ବପରି ଅତିରିକ୍ତ ଏସପି ପଦରେ ରହି କାର୍ଯ୍ୟ ତୁଲାଇବେ ବୋଲି କୁହାଯାଇଛି ।

ନିକଟରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଯୋଗଦେଇଥିବା ଅତିରିକ୍ତ ଏସପି ନରହରି ନାୟକଙ୍କୁ ବାଲେଶ୍ୱର ଡିଭିଜନର ଇନଚାର୍ଜ ଏସପି ଭାବେ ଅବସ୍ଥାପିତ କରାଯାଇଛି । ଭିଜିଲାନ୍ସ କୋ-ଅର୍ଡିନେସନ ଅତିରିକ୍ତ ଏସପି ରଞ୍ଜନ କୁମାର ଦାସଙ୍କୁ ରାଉରକେଲା ଭିଜିଲାନ୍ସ ଡିଭିଜନର ଇନଚାର୍ଜ ଏସପି, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ଅତିରିକ୍ତ ଏସପି ଅକ୍ଷୟ କୁମାର ମିଶ୍ରଙ୍କୁ କଟକ ଭିଜିଲାନ୍ସ ଡିଜିନର ଇନଚାର୍ଜ ଏସପି, କଟକ ଭିଜିଲାନ୍ସ ଡିଭିଜନର ଅତିରିକ୍ତ ଏସପି ତ୍ରିଲୋଚନ ସ୍ୱାଇଁଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଇନଚାର୍ଜ ଏସପି, ଅତିରିକ୍ତ ଏସପି ପ୍ରଫୁଲ୍ଲ କୁମାର ମିଶ୍ରଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶାଳୟର କୋ-ଅର୍ଡିନେସନ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଅତିରିକ୍ତ ଏସପି କେଦାରନାଥ ସାହୁଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶାଳୟରୁ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ, ଅତିରିକ୍ତ ଏସପି ବିମଳେନ୍ଦୁ ଶତପଥୀଙ୍କୁ ରାଉରକେଲା ଡିଭିଜନକୁ ବଦଳି କରାଯାଇ ପୂର୍ବରୁ ଅତିରିକ୍ତ ଏସପି ପଦରେ ନିଯୁକ୍ତି ଦିଆଯାଇଛି । ଏନେଇ ଏକ ବିଜ୍ଞପ୍ତି ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.