fbpx

ଆର୍ଯ୍ୟନ ଖାଇଲେ ବଡେମିୟାଁର ବିରିୟାନୀ; ଖାଇବା ଅର୍ଡର କଲା NCB

ନୂଆଦିଲ୍ଳୀ: ଡ୍ରଗ୍ସ ସେବନ ମାମଲାରେ ଏନସିବି ହେପାଜତରେ ରହିଥିବା ଆର୍ଯ୍ୟନ ଖାନ ବଡେମିୟାଁର ବିରିୟାନୀ ଖାଇଛନ୍ତି । ଏନସିବି ପକ୍ଷରୁ ଏହି ଖାଇବା ଅର୍ଡର କରାଯାଇଥିବା ଜଣାପଡିଛି । ବଲିଉଡ ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦର ରେଷ୍ଟୁରାଣ୍ଟ ବଡେମିୟାଁରୁ ମଙ୍ଗଳବାର ଦିନ ଏହି ଖାଇବା ଅର୍ଡର କରାଯାଇଥିଲା । ଶାହରୁଖ ଓ ସଲମାନ ଖାନଙ୍କ ପରି ସୁପରଷ୍ଟାର ମଧ୍ୟ ଏହି ରେଷ୍ଟୁରାଣ୍ଟରୁ ବିରିୟାନୀ ଓ କବାବ ଖାଇବା ପଶଇଁ ଆସିଥାନ୍ତି ।

ଏହି ରେଷ୍ଟୁରାଣ୍ଟରୁ ଖାଇବା ଅର୍ଡର କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛି ଏନସିବି । କାର୍ଯ୍ୟାଳୟର ନିକଟରେ ରହିଥିବା କାରଣରୁ ଏହି ରେଷ୍ଟୁରାଣ୍ଟରୁ ଖାଇବା ଅର୍ଡର କରାଯାଇଥିଲା ବୋଲି ଏନସିବି ପକ୍ଷରୁ କୁହାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଆର୍ଯ୍ୟନଙ୍କୁ ତାଙ୍କ ଘରୁ ଆସିଥିବା କପଡା ପିନ୍ଧିବାକୁ ଦିଆଯାଉଥିବା ବେଳେ ଘରୋଇ ଖାଦ୍ୟ ପାଇଁ ମନା କରି ଦିଆଯାଇଥିଲା । ଆଖପାଖରେ ଥିବା ରେଷ୍ଟୁରାଣ୍ଟରୁ ତାଙ୍କ ପାଇଁ ଖାଦ୍ୟର ବନ୍ଦୋବସ୍ତ କରିବ ଏନସିବି । ଉଲ୍ଲେଖଯୋଗ୍ୟ ଯେ, ୧୯୪୬ରୁ ମୁମ୍ବାଇରେ ନିଜର ସେବା ପ୍ରଦାନ କରି ଆସୁଛି ବଡେମିୟାଁ । କୋଲାବା, ଫୋର୍ଟ ଓ ବାନ୍ଦ୍ରାରେ ଏହାର ୩ଟି ଆଉଟଲେଟ ରହିଛି ।

Get real time updates directly on you device, subscribe now.