fbpx

ତିନି ମ୍ୟାଚ ପରାଜୟ ଧାରା ଶେଷ କଲା SunRisers

ନୂଆଦିଲ୍ଲୀ: ଶେଷ ଓଭର ଥ୍ରୀଲର ମ୍ୟାଚକୁ ଜିତି ନେବା ସହିତ ତିନି ମ୍ୟାଚ ପରାଜୟ ଧାରା ଶେଷ କରିଛି ସନରାଇଜର୍ସ ହାଇଦ୍ରାବାଦ । ୧୪୨ ରନ ଲକ୍ଷ୍ୟର ପିଛାମ କରୁଥିବା ବାଙ୍ଗାଲୋର ବିଜୟ ଲକ୍ଷ୍ୟରୁ ମାତ୍ର ୪ ରନ ଦୂରରେ ରହି ଯାଇଥିଲା । ଶେଷ ଓଭରରେ ବିଜୟ ପାଇଁ ୧୩ ରନ ଆବଶ୍ୟକ ରହିଥିବା ବେଳେ ଭୁବନେଶ୍ୱର କୁମାର ବୋଲିଂ କରିଥିବା ଓଭରରୁ ମାତ୍ର ୮ ରନ ସଂଗୃହୀତ ହୋଇଥିଲା । ୧୪୨ ରନ ଲକ୍ଷ୍ୟର ପିଛା କରୁଥିବା ଆରସିବି ନିର୍ଦ୍ଧାରିତ ଓଭରରେ ଆରସିବି ୬ ୱିକେଟ ହରାଇ ୧୩୭ ରନ ସଂଗ୍ରହ କରିଥିଲା । ଆରସିବି ପକ୍ଷରୁ ଦେବଦତ୍ତ ପାଡିକଲ ସର୍ବାଧିକ ୪୧ ରନ କରିଥିବା ବେଳେ ଏଥିପାଇଁ ୫୨ ବଲ ଖେଳିଥିଲେ । ଗ୍ଲେନ ମ୍ୟାକ୍ସୱେଲ ୨୫ ବଲରୁ ୪୦ ରନ୍ କରିଥିଲେ ହେଁ ସେ ରନ ଆଉଟ ହେବା ସହ ଆରସିବି ବ୍ୟାଟିଂ ଲାଇନ ଅପ ଝୁଣ୍ଟି ପଡିଥିଲା । ଭୁବନେଶ୍ୱର କୁମାର, ଜାସନ ହୋଲ୍ଡର, ସିଦ୍ଧାର୍ଥ କୌଲ, ଉମ୍ରାନ ମଲିକ ଓ ରଶିଦ ଖାନ୍ ପ୍ରତ୍ୟେକ ଗୋଟିଏ ଲେଖାଏଁକ ୱିକେଟ ନେଇଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ସନରାଇଜର୍ସ ଜାସନ ରୟ(୪୪) ଓ ଅଭିଷେକ ଶର୍ମା(୧୩)ଙ୍କ ଦ୍ୱାରା ଇନିଂସ ଆରମ୍ଭ କରିଥିଲା । ଶର୍ମା ଦ୍ୱିତୀୟ ଓଭରରେ ୧୩ ରନ କରି ପ୍ୟାଭିଲିୟନ ଫେରିଥିବା ବେଳେ ରୟ ଓ ୱିଲିୟମସନ(୩୧)ଙ୍କ ମଧ୍ୟରେ ୭୦ ରନର ପାର୍ଟନରଶିପ ହୋଇଥିଲା । ରୟ ୩୮ ବଲ ଖେଳି ୫ ଚୌକା ସହିତ ୪୪ ରନ କରିଥିବା ବେଳେ ୱିଲିୟମସନ୍ ୨୯ ବଲରୁ ୪ ଚୌକା ସହିତ ୩୧ ରନ କରିଥିଲେ । ପ୍ରିୟମ ଗର୍ଗ(୧୫) ରିଦ୍ଧିମାନ ସାହା(୧୦) ଏବଂ ଜାସନ ହୋଲ୍ଡର(୧୬)ଙ୍କ ଉପଯୋଗୀ ଅବଦାନ ବଳରେ ସନରାଇଜର୍ସ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୪୧ ରନ କରିଥିଲା । ହର୍ଷଲ ପଟେଲ ୩୩ ରନ ବ୍ୟୟରେ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଡାନିଏଲ କ୍ରିଷ୍ଟିଆନ ୧୪ ରନରେ ଦୁଇଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚହଲ ଓ ଗାର୍ଟନ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.