fbpx

ଫୋର୍ବସ୍‌ ପକ୍ଷରୁ ଭାରତୀୟ ଧନୀ ତାଲିକା ପ୍ରକାଶ: ଶୀର୍ଷରେ ମୁକେଶ ଅମ୍ବାନୀ, ଦ୍ୱିତୀୟ ସ୍ଥାନରେ ଗୌତମ ଅଦାନୀ

ନୂଆଦିଲ୍ଲୀ,:ଫୋବର୍ସ ପକ୍ଷରୁ ଟପ୍‌ ୧୦୦ ଭାରତର ଧନୀ ତାଲିକା ପ୍ରକାଶ ପାଇଛି । ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମାଲିକ ମୁକେଶ ଅମ୍ବାନୀ । ୨୦୨୧ରେ ତାଙ୍କର ସମ୍ପତ୍ତି ୩୦ ହଜାର କୋଟି ବୃଦ୍ଧି ପାଇଛି । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ହେଉଛି ପ୍ରାୟ ୭ ଲକ୍ଷ କୋଟି ଟଙ୍କା । ସେହିପରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଦାନୀ ପୋର୍ଟସର ମାଲିକ ଗୌତମ ଅଦାନୀ । ତାଙ୍କ ନିକଟରେ ୫ ଲକ୍ଷ ୬୦ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି । କରୋନା ବେଳେ ତାଙ୍କର ସମ୍ପତ୍ତି ବେଶ୍‌ ଭଲ ଭାବେ ବୃଦ୍ଧି ପାଇଛି । ତୃତୀୟ ସ୍ଥାନରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ମାଲିକ ଶିବ. ନାଦାର । ତାଙ୍କର ସମ୍ପତ୍ତିର ମୂଲ୍ୟ ହେଉଛି ୨ ଲକ୍ଷ ୩୨ ହଜାର କୋଟି ଟଙ୍କା । ଆଶ୍ଚର୍ଯ୍ୟର କଥା ହେଉଛି ମହାମାରୀ କରୋନା ପାଇଁ ଏମାନଙ୍କର ଜମା କ୍ଷତି ହୋଇନାହିଁ ବରଂ ଏମାନେ ବହୁତ ଅଧିକ ସମ୍ପତ୍ତି ବଢାଇବାରେ ସକ୍ଷମ ହୋଇଛନ୍ତି ।

ସେହିପରି ଫୋର୍ବସ୍‌ ଧନୀ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ଏଭିନ୍ୟୁ ସୁର ମାର୍ଟସର ମାଲିକ ୬୬ ବର୍ଷିୟ ରାଧାକିଷନ୍‌ ଦମାନୀ । ତାଙ୍କ ନିକଟରେ ୨ ଲକ୍ଷ ୨୦ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି । ପଞ୍ଚମ ସ୍ଥାନରେ କୋଭିଡ୍‌ ଟିକା ତିଆରି କରୁଥିବା କମ୍ପାନୀ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର କମ୍ପାନୀର ମାଲିକ ସାଇରସ୍‌ ପୁନାୱାଲା ରହିଛନ୍ତି । ତାଙ୍କ ନିକଟରେ ୧ ଲକ୍ଷ ୪୨ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି । ସେହି ରି ଷଷ୍ଠ ସ୍ଥାନରେ ଆର୍ସେଲର ମିତଲର ମାଲିକ ୭୧ ବର୍ଷିୟ ଲକ୍ଷ୍ମୀନାରାୟଣ ମିତ୍ତଲ ଥିବା ବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୧ ଲକ୍ଷ ୪୦ ହଜାର କୋଟି ଟଙ୍କା । ଫୋର୍ବସ ତାଲିକାର ଟପ୍‌ ୧୦୦ ଧନୀ ଭାରତୀୟଙ୍କ ମଧ୍ୟରେ ରହିଛନ୍ତି ୬ ଜଣ ମହିଳା ଉଦ୍ୟୋଗୀ । ପୁରୁଷଙ୍କ ଭଳି ମହିଳା ଉଦ୍ୟୋଗୀଙ୍କ ସମ୍ପତ୍ତି ମଧ୍ୟ ମହାମାରୀ କରୋନା ସମୟରେ ବୃଦ୍ଧି ପାଇଛି । ଭାରତୀୟ ମହିଳା ଧନୀ ତାଲିକାର ୧ନଂ ସ୍ଥାନରେ ଓପି ଜିନ୍ଦଲ ଗ୍ରୁ୍‌ର ସାବିତ୍ରୀ ଜିନ୍ଦଲ ରହିଛନ୍ତି । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୮ ବିଲିୟନ ଡଲାର ବା ପ୍ରାୟ ୧୩.୪୬ ଲକ୍ଷ କୋଟି । ମୋଟ ଉପରେ ୭୧ ବର୍ଷୀୟ ସାବିତ୍ରୀ ଜିନ୍ଦଲ ଫୋର୍ବସ ଭାରତୀୟ ଧନୀ ତାଲିକାର ୭ନଂ ସ୍ଥାନରେ ରହିଛନ୍ତି । ଭାରତର ଦ୍ୱିତୀୟ ଧନୀ ମହିଳା ଉଦ୍ୟୋଗୀ ହେଲେ ହାଭେଲ୍ସର ବିନୋଦ ରାୟ ଗୁପ୍ତା । ସେ ତାଲିକାର ୨୪ତମ ସ୍ଥାନରେ ରହିଛନ୍ତି । ଚଳିତ ବର୍ଷ ତାଙ୍କ ସମ୍ପତ୍ତି ପ୍ରାୟ ୫.୬୮ ଲକ୍ଷ କୋଟି ଟଙ୍କା ରହିଛି । ତୃତୀୟ ସ୍ଥାନରେ ମୁମ୍ବାଇର ୟୁଏସ୍‌ଭି ପ୍ରାଇଭେଟ ଲିଃର ୪୩ ବର୍ଷୀୟ ଲୀନା ତିୱାରୀ ରହିଛନ୍ତି । ସେ ତାଲିକାର ୪୩ତମ ସ୍ଥାନରେ ଥିବା ବେଳେ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୩.୨୮ ଲକ୍ଷ କୋଟି ।

Get real time updates directly on you device, subscribe now.